ବିଭାଗୀୟ ସମୀକ୍ଷା ସହ ରାସନ୍ କାର୍ଡ ବଣ୍ଟନ କଲେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର

ବିଭାଗୀୟ ସମୀକ୍ଷା ସହ ରାସନ୍ କାର୍ଡ ବଣ୍ଟନ କଲେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର

କୋରାପୁଟ: ୨୦/୧୨ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ବିଭାଗୀୟ ସମୀକ୍ଷା କରିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସି ପ୍ରଥମେ ସଦଭାବନା ସଭାଗୃହ ଠାରେ ପହଞ୍ଚି ୧୦ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ। କୋରାପୁଟ ଜିଲ୍ଲାରେ ସ୍ଥିତି ଠିକ୍ ରହିଛି ପ୍ରତୈକ ମଣ୍ଡିରେ ଚାଷୀଙ୍କୁ କିଭଳି ସମସ୍ତ ସୁବିଧା ସୁଯୋଗ ମିଳିବ ମଣ୍ଡିରେ ବ୍ୟବସ୍ଥା କିଭଳି ରହିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମଣ୍ଡି ପରିଚାଳନା କିଭଳି ଶୃଙ୍ଖଳିତ ଭାବରେ ପରିଚାଳିତ ହେବ ଚାଷୀ ଯେଭଳି କଟନୀ ଛଟନୀ ର ସମ୍ମୁଖୀନ ହେବେ ନାହିଁ ସେନେଇ ଆଲୋଚନା ହୋଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ମଣ୍ଡି ପରିଚାଳନା ପାଇଁ ନୋଡାଲ ଅଫିସର ପ୍ରଶିକ୍ଷଣ ନେଇଛନ୍ତି। ଗତବର୍ଷ ଭଳି ଏବର୍ଷ ମଧ୍ୟ କୋରାପୁଟ ଜିଲ୍ଲାରେ କିଭଳି ମଣ୍ଡି ସୁପରିଚାଳନା ହେବ ରାଜ୍ୟ ସରକାରଙ୍କ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ମିଳି ପାରିବ ଯଥା କୃଷକ ମାନଙ୍କ ପାଇଁ ମଣ୍ଡିରେ ପିଈବା ପାଣି, ଆଶ୍ରୟସ୍ଥଳୀ ସହ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ,ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ବ୍ଲକ ବିଡିଓ ଦେବାଶିଷ ଗୌଡ଼ ଓ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *