_ପାହିନି ଅନ୍ଧାର ରଜନୀ
ଶୀର୍ଷକ _ପାହିନି ଅନ୍ଧାର ରଜନୀ
ରୀତାରାଣୀ ଦାଶ
ଶିକ୍ଷୟିତ୍ରୀ
ବାଲେଶ୍ୱର
ଉତ୍ଥାନ ପତନ ସମାଜ ଦର୍ଶନ
ଜୀବନର ଯେ ସଉଦା
ବିପରୀତ ଆଉ ଯନ୍ତ୍ରଣାର ରୂପେ
ପର୍ଯ୍ୟବେସିତ କବିତା
ଅନ୍ଧକାରେ ଦୃଶ୍ୟ ତାରା,
ଅସରନ୍ତି ଆଶା ପ୍ରତିଫଳନରେ
ପରାଭବ ଦିଏ ପରା |
ଅତ୍ୟନ୍ତ ଦରିଦ୍ର ଅବହେଳିତ ବି
ତଥାପି ସ୍ଥିତି ଉଜ୍ଜ୍ୱଳ
ଅନ୍ଧାରେ ସାଜନ୍ତି ଆଲୋକ ବର୍ତ୍ତିକା
ସ୍ଥିରତାରେ ଅନୁକୂଳ
ସ୍ୱର ତାଙ୍କର ଅଶୁଣା,
ଅନେକ ସଂଘର୍ଷ କାହାଣୀ ଅସ୍ପଷ୍ଟ
ପାହିନି ରଜନୀ ସିନା |
ଦୁନିଆଁରେ ଏକ କଠୋର ସ୍ମାରକ
ଦାରିଦ୍ର୍ୟ ର ଅନ୍ଧକାର
ଅସହ୍ୟ ଅଟଇ ଯନ୍ତ୍ରଣାର ଭାର
ଦିନ ବିତେ ନୀରବର
ସକାଳର ସୂର୍ଯ୍ୟ ପରି,
ତଥାପି ଉଦୟ ଅତୁଟ ଆତ୍ମାରେ
ହୃଦୟ ଜିଣି ସବୁରି |
କାହାଣୀ ବେଦନା ନିଃଶ୍ୱାସରେ ଗଣା
ବର୍ଣ୍ଣନା ନ କରି ହୁଏ
ସଂଘର୍ଷ କଳହ ଅନନ୍ତ ବିଦାୟ
ଆଖିରେ ଯେ ରହିଥାଏ
ଆଶାର ଯେ ଏକ ଶିଖା,
କମେ ନାହିଁ କେବେ ଅନ୍ଧାର ରାତିରେ
ଜ୍ୟୋତିଷ୍କ ଗଣ ପରିକା |
ଅତ୍ୟାଚାର ଆଉ ଅନ୍ଧକାର ପାଇଁ
ଚମକାଇ ଥାଏ ସେହି
ସ୍ୱାଧୀନତା ପଥେ ଆଲୋକ ଜଳାଇ
ନ୍ୟାୟ ସୂର୍ଯ୍ୟୋଦୟ ପାଇଁ
ଆଶା ତାରା ଦୃଶ୍ୟ ମାନ,
ଦୁଃଖର ରଜନୀ ପାହିନି ତାଙ୍କର
ଅସ୍ଥିର ଯେ ତନୁମନ |
