ଦେବଦୂତ ସାଜିଲେ ଲାଇଫଗାର୍ଡ

ଦେବଦୂତ ସାଜିଲେ ଲାଇଫଗାର୍ଡ। ନୂଆ ଜୀବନ ପାଇଲେ ପର୍ଯ୍ୟଟକ। ସମୁଦ୍ରରେ ସ୍ନାନ କରି ବୁଡ଼ି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ। ପୁରୀ ସମୁଦ୍ରକୂଳ ସେକ୍ଟର ୧ ଦିଗବାରେଣୀ ଠାରେ ଘଟିଛି ଏଭଳି ଘଟଣା। ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ବିହାର ଅଞ୍ଚଳର ରିତିକ କୁମାର। ସମୁଦ୍ରସ୍ନାନର ମଜା ନେଉଥିବା ବେଳେ ଉଚ୍ଚ ଜୁଆର ଏବଂ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ ରିତିକ। ଘଟଣା ଦେଖିବା ପରେ ଲାଇଫଗାର୍ଡ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ତେବେ ପର୍ଯ୍ୟଟନ ରୁତୁ ଆରମ୍ଭ ହୋଇ ସାରିଥିବା ବେଳେ ଆଗକୁ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଆସୁଛି। ଏବେଠାରୁ ପୁରୀରେ ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ସମୁଦ୍ରକୂଳରେ ପ୍ରତିଦିନ ହଜାରହଜାର ପର୍ଯ୍ୟଟକ ସ୍ନାନ କରୁଛନ୍ତି। ଏଣୁ ଲାଇଫଗାର୍ଡଙ୍କ ପରାମର୍ଶ ନେଇ ସୁରକ୍ଷିତ ସମୁଦ୍ର ସ୍ନାନ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *