ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ

Date-21/12/25ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଉଦ୍ଘାଟନୀ ଉତ୍ସବ ରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶ୍ରୀକାନ୍ତ ଚୌଧୁରୀ, ସମ୍ପାଦକ ଦୋଳ ଗୋବିନ୍ଦ ଦାଶ, ବିପ୍ଳବ ଚୌଧୁରୀ, ପ୍ରସନ୍ନ ମହାନ୍ତି ଓ ବରଦା ପ୍ରସାଦ ରାୟ ପ୍ରମୁଖ ଯୋଗଦେଇ ଏହି ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏଥିରେ ମୋଟ 200 ରୁ ଉର୍ଦ୍ଧ୍ବ 14 ବର୍ଷ ରୁ 21 ବର୍ଷ ମଧ୍ୟରେ କ୍ରୀଡା ପ୍ରେମୀ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିବାବେଳେ ଏଥି ମଧ୍ୟରୁ 25 ଜଣ ରାଜ୍ୟ ସ୍ତରକୁ ମନୋନୀତ କରାଯିବ ବୋଲି ସମ୍ପାଦକ କହିଛନ୍ତି ।

Leave a Reply

Your email address will not be published. Required fields are marked *