ପ୍ରଥମକରି ଜଟଣୀରେ ପଥ ଉତ୍ସବ

ଜଟଣୀ ତା ୨୧-୧୨-୨୫ ପ୍ରଥମ ଜଟଣୀ ପଥ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ହରିଭାଇନା ଛକ ଠାରୁ ମହୁଲ ଗୁଡ଼ିଆ ଛକ ପର୍ଯ୍ୟନ୍ତ ଏହି ଉତ୍ସବ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା । ବାଘ ନାଚ, ଘୋଡା ନାଚ, ଝିଅ ମାନଙ୍କ କବାଡି, କରାଟୀ ପ୍ରଦର୍ଶନ, ସ୍କେଟିଂ, ରେଳ ବିଭାଗ, ସ୍କାଉଟ ଓ ଗାଇଡ଼, ହୋଲି ଚାଇଲଡ ସ୍କୁଲର ଚିତ୍ରାଙ୍କନ, ସୁରକ୍ଷା ମଞ୍ଚ ର ସଚେତନତା, ଅରୁ ଗୁଳୁ ଶିଶୁ ମନ୍ଦିର ପିଲାଙ୍କ ଅଭିନୟ, ଶିଳ୍ପୀ ଙ୍କ ପଥର ଖୋଦେଇ ମୂର୍ତ୍ତି ସାଙ୍ଗକୁ ବାସ୍କେଟ ବଲ ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଜଟଣୀ ବାସୀଙ୍କ ମନକୁ ମୋହିନେଇଥିଲା। ଏହି ପଥ ଉତ୍ସବ ଜଟଣୀ ବିକାଶ ପରିଷଦ ତତ୍ୱାବଧାନ ରେ କରାଯାଇଥିଲାବେଳେ ପଥ ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସଭାପତିତ୍ୱରେ ଉତ୍ସବର ଶୁଭ ଉଦଘାଟନ କରାଯାଇଥିଲା। ଡ ରୁଷି ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ ସମ୍ମାନୀୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ପୌରାଧ୍ୟକ୍ଷ ଅନନ୍ତ ବେହେରା ପୌରାଧ୍ୟକ୍ଷା ଆରତି ରାଉତ, ପୂର୍ବତନମନ୍ତ୍ରୀ ସୁର ରାଉତରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ହାଇଟେକର ଅଧ୍ୟକ୍ଷ ଡ ତିରୁପତି ପାଣିଗ୍ରାହୀ,ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ , ବିକାଶ ପରିଷଦର ସଭାପତି ସର୍ବେଶ୍ୱର ସୁନ୍ଦରାୟ, କାର୍ଯ୍ୟକାରି ସଭାପତି କୈଳାସ ମହାପାତ୍ର, ସମ୍ପାଦକ ବିଜୟ କୁମାର ଛୋଟରାୟ, ଜଟଣୀ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ, ତହସିଲଦାର ଶିବାଶିଷ ପରିଡା,ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା ପ୍ରମୁଖ ମଞ୍ଚାସୀନଥିଲେ। ସମସ୍ତ ଅତିଥି ଏହି ଉତ୍ସବର ଆୟୋଜକଙ୍କ ଉଚ୍ଚ ପ୍ରଶଂସା କରିବା ସହ ଆସନ୍ତା କଳେବର ଆହୁରି ସରସ ସୁନ୍ଦର ହେବ ବୋଲି ଆଶା ପୋଷଣ କରିଥିଲେ। ସାଂସଦଙ୍କ ପ୍ରତିନିଧି ମନୋଜ ନନ୍ଦ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ। ପରିତାପର ବିଷୟ ସମସ୍ତ ସାମ୍ବାଦିକଙ୍କୁ ନିମନ୍ତ୍ରଣ ପତ୍ର ଦିଆଗଲା ନାହିଁ କି ବିକାଶ ପରିଷଦ ନାଁ ଲେଖା ଥିବା କେଉଁଠି ଦେଖିବାକୁ ମିଳିଲା ନାହିଁ।

Leave a Reply

Your email address will not be published. Required fields are marked *