ସାଳନ୍ଦୀ ନଦୀ ବନ୍ଧ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ
ଭଦ୍ରକ ଜିଲ୍ଲା ଅନ୍ନପାଳ ପଞ୍ଚାୟତ ଦେଉଳପାଳ ଠାରେ ସାଳନ୍ଦୀ ନଦୀ ବନ୍ଧ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ଅନୁଦାନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଭିତ୍ତ ପ୍ରସ୍ତର ସ୍ଥାପନ କରିଛନ୍ତି।ପ୍ରତିବର୍ଷ ବନ୍ୟା ଯୋଗୁଁ ସମଗ୍ର ଅଞ୍ଚଳ ଜଳ ମଗ୍ନ ହୋଇ ଲୋକ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି।ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ସାଳନ୍ଦୀ ନଦୀ ର ଦକ୍ଷିଣ ପାର୍ଣ୍ଣୋ ନଦୀ ବନ୍ଧ ରାଜୁଆଳିବିନ୍ଧା ଗ୍ରାମ ରୁ ଦେଉଳ ପର୍ଯ୍ୟନ୍ତ ଏବଂ ସାଳନ୍ଦୀ ନଦୀ ର ବାମ ପାର୍ଶ୍ବ ନଦୀ ବନ୍ଧ ବାରିକ ପୁର ଠାରୁ ବିଲଣା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟରେ ମନ୍ତ୍ରୀ ଶ୍ରୀ ସୁରଜ ଏବଂ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ଶୁଭ ଦେବା ସହ ପୂଜାର୍ଚ୍ଚନା କରି ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ବାତ୍ୟା ଭଳି ଦୈବ ଦୁର୍ବିପାକ

ରେ ସରକାର ଗୁରୁତ୍ବ ଦେବା ସହ ଲୋକ ଙ୍କ ସମସ୍ୟା ପୁରଣ ପାଇଁ ଯନ୍ତ୍ର ବାନ ଥୂବା କହିଥିଲେ। ଏଥିରେ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବରିଷ୍ଟ ଆଇନଜୀବୀ ନିତ୍ୟାନନ୍ଦ ନାୟକ, ଅନ୍ନପାଳ ସେବା ସମବାୟ ସମିତି ସଭାପତି ଆଦିକନ୍ଦ ନାୟକ, ସାଳନ୍ଦୀ ଜଳସେଚନ ବିଭାଗର ଅଧୂକ୍ଷଣ ଯନ୍ତ୍ରୀ ହିତେଶ ସାହୁ,ସମାଜସେବୀ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ଯକ୍ଷ ଭାସ୍କର ଚନ୍ଦ୍ର ସାହୁ, ପ୍ରମୁଖ ଯୋଗ ଦେଇଥିଲେ।
