ଜିଲ୍ଲାସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ:

ନବରଙ୍ଗପୁର : ୨୧/୧୨ ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗ ଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିଲେ ସେହିପରି ଅନ୍ୟତମ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ସଂଯୋଜନା କରିଥିଲେ । ଏହି କ୍ରୀଡା ଆସନ୍ତା ଡିସେମ୍ବର ମାସ ୨୩ ତାରିଖରେ ଶେଷ ହେବ । ସାଂସାଦୀୟ କ୍ଷେତ୍ର ର ନବରଙ୍ଗପୁର ଷ୍ଟାଡିୟମରେ ଲମ୍ବ କୁଦ , ଖୋକ, କବାଡି , ଭଳିବଲ ଖେଳ ଚାଲିଥିବା ବେଳେ କ୍ରିକେଟ ମ୍ୟାଚ ଝରିଗାଁ ଠାରେ ଅନୁଷ୍ଠିତ ଏବଂ କୋଟପାଡ଼ ଠାରେ ଫୁଟବଲ୍ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେଉଛି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ନିଜ ଅଭିଭାଷଣ ରେ ଖେଳ ମାଧ୍ୟମରେ ନୂତନ ପ୍ରତିଭାର ଅନ୍ୱେଷଣ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଖେଳ ମହୋତ୍ସବ ର ସଂଯୋଜକ ରାମେଶ୍ବର ଜେନା , ଜିଲା କ୍ରିଡା ସଂଘର ଉପ ସଭାପତି ଏମ . ବାଳାକୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟନାୟକ , କ୍ରିଡା ଅଧିକାରୀ ପଦ୍ମନାଭ ତ୍ରିପାଠୀ, ମିଡ଼ିଆ ସଂଯୋଜକ ବାଙ୍କ ବିହାରୀ ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ। ଅଧିବକ୍ତା କିଶୋରୀ ପଟନାୟକ , କାଉନସିଲାର ସରମିଷ୍ଟା ଦେଓ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା ସମେତ ବାରିଷ୍ଟ କ୍ରୀଡାବିତ ଏବଂ ବିଭିନ୍ନ ଯୁବକ ସଂଘର କର୍ମକର୍ତା ଯୋଗ ଦେଇଥିଲେ।

ପ୍ରଥମ ଦିନ ପ୍ରତିଯୋଗିତା ରେ ମହିଳା କବାଡି ଖେଳରେ ନବରଙ୍ଗପୁର ମ୍ୟୁନିସିପାଲଟି ଦଳ କୋଟପାଡ଼ ବ୍ଲକ ଦଳ କୁ ହରାଇ ଚାମ୍ପିଅନ ହୋଇଛନ୍ତି, ସେହିପରି ଲମ୍ବ କୁଦ ରେ ପୁରୁଷ ଦଳର ଉମରକୋଟ ର ସୁରେନ୍ଦ୍ର ସାନ୍ତା, ଲମ୍ବ କୁଦ ମହିଳା ଦଳ ର କୋଟପାଡ଼ ପୌରାଞ୍ଚଳ ର ପୂର୍ଣ୍ଣିମା ପ୍ରଧାନି, ୧୦୦ ମିଟର ମହିଳା ଦୌଡ଼ ରେ ରାଇଘର ର ହସିନା ଗଣ୍ଡ, ୧୦୦ମିଟର ପୁରୁଷ ଦୌଡ଼ ରେ ଉମରକୋଟ ର ଚନ୍ଦନ ପରଜା,୨୦୦ ମିଟର ଦୌଡ ରେ କୋଟପାଡ଼ ର ଲକ୍ଷ୍ମୀ ନାୟକ ପ୍ରମୁଖ ଚମ୍ପିୟାନ ହୋଇଛନ୍ତି। ମହିଳା ଭଲିବଲ୍ ମ୍ୟାଚ୍ ରେ କୋଟପାଡ଼ ପୌରାଞ୍ଚଳ ଦଳ କୋଟପାଡ଼ ବ୍ଲକ ଦଳ କୁ ୨-୦ ସେଟ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ଖେଳ ଗୁଡ଼ିକ ସୁରୁଖୁରୁରେ ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *