ବଡଦିନ ରୁ ତିନି ଦିନ ଧରି ପାଳିତ ହେବ 25ତମ ନିମାପଡ଼ା ମହୋତ୍ସଵ
25 ତାରିଖ ବଡଦିନ ରୁ ତିନି ଦିନ ଧରି ପାଳିତ ହେବ 25ତମ ନିମାପଡ଼ା ମହୋତ୍ସଵ – ରାଜ୍ୟ ସରକାରଙ୍କ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ସହଯୋଗରେ ,ନିମାପଡ଼ା ହେଲ୍ପ ଲାଇନ ଓ ବ୍ଲକ କଳା ସାଂସ୍କୃତିକ ସଂଘ ଦ୍ୱାରା ଆସନ୍ତା ୨୫ ତାରିଖ ଠାରୁ ତିନି ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ୨୫ତମ ନିମାପଡ଼ା ମହୋତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିମାପଡ଼ା ମହୋତ୍ସବର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପ୍ରଥମ ଦୁଇଟି ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରୁ ଭାରତ ନାଟ୍ୟମ, ଓଡ଼ିଶୀ , ଭାଙ୍ଗଡା ଓ ବିଭିନ୍ନ ଲୋକକଳା ପରିବେଷଣ କରାଯିବା ସହ ଶେଷ ସନ୍ଧ୍ୟାରେ ବଲିଉଡ୍ ର ପ୍ରସିଦ୍ଧ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ପରିବେଷଣ କରିବେ । ଏହି ଅବସରରେ ସାଂସ୍କୃତିକ ସନ୍ଧ୍ୟା ପୂର୍ବରୁ ପଥ ଉତ୍ସବ , ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଓ ରକ୍ତଦାନ ଶିବିର ର ଆୟୋଜନ କରାଯାଇଛି ବୋଲି ହେଲ୍ପ ଲାଇନ୍ ପକ୍ଷରୁ କୁହାଯାଇଛି ।
