ଭଦ୍ରକ ବିଜେଡି କୁ ଆଗକୁ ଲାଗିପାରେ ବଡ ଝଟକା
ବିଜେଡ଼ି ଛାଡ଼ିବେ ମଣ୍ଡଳ ଦମ୍ପତି l ଜିଲ୍ଲାସଭାପତି ବିଛାଡ଼ିବେ ଦଳଭଦ୍ରକ ବିଜେଡ଼ିକୁ ପୁଣି ଏକ ବଡ଼ ଝଟକା ଲାଗିବାକୁ ଯାଉଛି | ଏକକାଳୀନ ଜିଲ୍ଲାର ୩ ଜଣ ପ୍ରମୁଖ ନେତା ଦଳ ଛାଡ଼ିବାକୁ ସଜବାଜ ହେଲେନି | ବିଜେଡ଼ିର ବରିଷ୍ଠ ନେତା,ଦକ୍ଷ ସଂଗଠକ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡ଼ିରେ ଛାଡ଼ିବେ | ଏଥିସହ ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସ୍ବାଇଁ ମଧ୍ୟ ଦଳ ଛାଡ଼ିବା ନେଇ ପ୍ରସ୍ତୁତ ହୋଇଛନ୍ତି | ବିଜେଡ଼ି ଛାଡ଼ି ଏହ ତିନି ନେତା ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି | ଏ ନେଇ ଉପର ମହସରେ କଥାବାର୍ତ୍ତା ସରିଥିବା ବେଳେ ନୂଆ ବର୍ଷରେ ବିଜେପିରେ ମିଶିବେ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି |କାରଣ ନିର୍ବାଚନ ପର ଠାରୁ ମଣ୍ଡଳ ଦମ୍ପତି ଦଳ ଭିତରେ ଏକପ୍ରକାର କୋଣଠେସା ହୋଇଛନ୍ତି | ଏପରିକି ବହୁ ଦଳୀୟ କାର୍ଯ୍ୟକ୍ରମରେ ମଣ୍ଡଳ ଦମ୍ପତିଙ୍କୁ ଦେଖବାକୁ ମିଳିନାହିଁ | ଯଦି ଏହି ତିନି ନେତା ବିଜେଡ଼ି ଛାଡ଼ିବେ ତେବେ ଭଦ୍ରକ ଜିଲ୍ଲାରେ ଦଳ ଏକପ୍ରକାର ଦୋହଲି ଯିବ ବୋଲି ଚର୍ଚ୍ଚା ହେଉଛି | ଅପରପକ୍ଷେ ଜଣେ ଦୃଢ ସଂଗଠକ ଭାବେ ଜଣାଶୁଣା ମୁକ୍ତିକାନ୍ତ ମଣ୍ଡଳ ବିଜେପିରେ ମିଶିଲେ ଜିଲ୍ଲାରେ ବିଜେପି ଆହୁରି ମଜବୁତ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ଶୁଣିବାକୁ ମିଳୁଛି ନୂଆ ବର୍ଷରେ ଏକ ବଡ଼ ମିଶ୍ରଣ ପାଇଁ ମଣ୍ଡଳ ଦମ୍ପତି ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି | ତେବେ ନୂଆ ବର୍ଷରେ ଭଦ୍ରକ ଜିଲ୍ଲାରେ ଏକ ବଡ଼ ରାଜନୈତିକ ହଲଚଲ ହେବାକୁଯାଉଛି ଯାହା ସମୟକୁ ଅପେକ୍ଷା |
