ଅସୁସ୍ଥ ଆଇନଜୀବୀ ଙ୍କୁ ହୁଇଲ ଚେୟାର ପ୍ରଦାନ

ଅସୁସ୍ଥ ଆଇନଜୀବୀ ଙ୍କୁ ହୁଇଲ ଚେୟାର ପ୍ରଦାନ

ଆଠମଲ୍ଲିକ,ଆଠମଲ୍ଲିକ ଅଞ୍ଚଳ ର ଜୈନେକ ବରିଷ୍ଠ ଆଇନଜୀବୀ ନାରାୟଣ ପ୍ରଧାନ ଦୀର୍ଘଦିନ ହେଲା ମସ୍ତିଷ୍କ ରୋଗରେ ଗୁରୁତର ପୀଡିତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି l ସେ ଆଠମଲ୍ଲିକ ଓକିଲସଂଘ ର ମଧ୍ୟ ଜଣେ ବରିଷ୍ଠ ସଭ୍ୟ ରହିଛନ୍ତି l ଗତ ଶନିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର, ବାମନ କୁମାର ମିଶ୍ର ଓ ଜିତେନ୍ଦ୍ର କୁମାର ମୁଖି ଯାଇଥିବା ବେଳେ ସେ ଖଟରେ ଶୋଇ ରହିଥିଲେ l ତାଙ୍କ ଧର୍ମପତ୍ନୀ ସେମାନଙ୍କୁ ଏକ ହୁଇଲ ଚେୟାର ଦେବାପାଇଁ ଅନୁରୋଧ କରିଥିଲେ l ଓକିଲସଂଘ ସଭାପତି ଶ୍ରୀ ମହାପାତ୍ର ହୁଇଲ ଚେୟାର ପ୍ରଦାନ ପାଇଁ ଏନଏସି କର୍ତ୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଥିଲେ l ଏନଏସି କର୍ତ୍ତୃପକ୍ଷ ଓକିଲସଂଘ ର ଅନୁରୋଧ ରକ୍ଷାକରି ସୋମବାର ଏନଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ ଓ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଙ୍କ ସହ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ଅର୍ଜୁନ ରାଉଳ, ଆଇନଜୀବୀ ବାମନ କୁମାର ମିଶ୍ର, ଦିନେଶ କୁମାର ସିଂହ, ଉଗ୍ରସେନ ସେଠି, ଜିତେନ୍ଦ୍ର କୁମାର ମୁଖି, ଆର୍ଯ୍ୟଭଟ୍ଟ ମହାନନ୍ଦିଆ ପ୍ରମୁଖ ଆଇନଜୀବୀ ଶ୍ରୀ ପ୍ରଧାନ ଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରି ହୁଇଲ ଚେୟାର ପ୍ରଦାନ କରିଥିଲେ l ଏଭଳି ମହତ କାର୍ଯ୍ୟ ପାଇଁ ଏନଏସି କର୍ତ୍ତୃପକ୍ଷ ଓ ଓକିଲସଂଘ କୁ ସାଧାରଣ ରେ ପ୍ରଶଂସା କରାଯାଇଛି l ଏଠାରେ ସୂଚନା ଯୋଗ୍ୟ କି ଆଇନଜୀବୀ ଶ୍ରୀ ପ୍ରଧାନ ଙ୍କ ଚିକିତ୍ସା ପାଇଁ ଓକିଲସଂଘ ପ୍ରୟାସ ରେ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ(ଓଏସବିସି) ରୁ ୨୦ ହଜାର ଓ ବାର କାଉନସିଲ ଅଫ ଇଣ୍ଡିଆ(ବିସିଆଇ)ରୁ ୧୦ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇସାରିଛି ବୋଲି ସଭାପତି ଶ୍ରୀ ମହାପାତ୍ର କହିଛନ୍ତି l

Leave a Reply

Your email address will not be published. Required fields are marked *