ଦେବ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ତମ ଦୁଇ ଦିନିଆ ବାର୍ଷିକ ଉତ୍ସବର ଉଦ୍ଘାଟିତ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ଦୁଇ ଦିନିଆ ୧୩ତମ ବାର୍ଷିକ ଉତ୍ସବର ଶୁଭାରମ୍ଭ ହୋଇଯାଇଛି। ଅପରାହ୍ନ ୩ ଘଟିକାରୁ ଏହି କର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ଼ ଅରକ୍ଷିତା ସ୍ୱାଇଁ ସମ୍ ହସ୍ପିଟାଲ ଭୁବନେଶ୍ଵର, ମୁଖ୍ୟ ବକ୍ତା ଭାବେ ଡ଼ ସାଗରିକା ରୟ ଭାଟିଆ (ଗ୍ଲୋବାଲ ସ୍ପିକର, ଏକାଡେମୀ କଂଶଲ୍ଟାଣ୍ଟ ମୁମ୍ବାଇ), ତଥା ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ଟ୍ରଷ୍ଟି ଡ଼ ପ୍ରସନ୍ନ କୁମାର ସାହୁ ଯୋଗ ଦେବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ , ମୂଖ୍ୟ ପ୍ରଶାସନିକ ଅଧିକାରୀ ତଥା ପ୍ରିନ୍ସିପାଲ ନିର୍ମଳ କୁମାର ରଣା, ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ,ସି ସି ଏ ପରିଚାଳକ ବଲବିର୍ ସିଂ ,ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ ,ଓ କଲେଜ ଏକାଡେମୀକ କୋର୍ଡିଁନେଟର ଚକ୍ରଧର ପାଣି ଦୀପ ପ୍ରଜ୍ବଳିତ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ। ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ ବିଦ୍ୟାଳୟ ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ବାର୍ଷିକ ଉତ୍ସବ ର ମହତ୍ତ୍ଵ ଓ ନୃତ୍ୟ ଗୀତ, କରାଟେ ପିଲାଙ୍କ ପାଇଁ କେତେ ଜରୁରୀ ବୋଲି ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି ଦିବସରେ ନର୍ସରୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୃତ୍ୟ ଗୀତରେ ଅଂଶଗ୍ରହଣ କରିଥିଲେ। ସ୍କାଉଟ ତଥା ଏନ୍ ସି ସି ମାଷ୍ଟର ସୁକାନ୍ତ କୁମାର ପାତ୍ର ଙ୍କ ଦ୍ଵାରା ପିଲାମାନଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ମ୍ୟୁଜିକ ଶିକ୍ଷକ ବିଚିତ୍ର ସାରଙ୍କ ସହ କୁନିକୁନି ପିଲା ମାନେ ସ୍ୱାଗତ ଗୀତ ପରିବେଷଣ କରିଥିଲେ। ପ୍ରଥମ ଦିନରେ ଅଧ୍ୟାପିକା ପୁଷ୍ପା ଶ୍ରୀରାମ,ତନୁ ଝା,ଶୁଭଦ୍ରା ମହାନ୍ତି,ମୁନା ସାମଦ,ସାଗରିକା ଗୁରୁ ,ଦୀପକ ପାଣିଗ୍ରାହୀ ଆଙ୍କରିଂ ଦାଇତ୍ୱ ନିଭାଇଥିଲେ। ଏଥି ସହ ସି ସି ଏ ପରିଚାଳକ ବଳବିର ସିଂ ଓ ସତ୍ୟ ନାରାୟଣ ପଣ୍ଡା ଙ୍କ ସହ ବିଶ୍ବରଂଜନ ଦ୍ୱିବେଦୀ , ଶୁଭାଶିଷ ପତି, ମଦନ ମୋହନ ମଲ୍ଲିକ,ସୁମନ ଧୀର, ବିଦ୍ୟାଧର ପରିଡା,ବିଶ୍ୱଜିତ୍ ପଣ୍ଡା, ସୁଚିତ୍ରା ମନ୍ତ୍ରୀ, ସୁଚିସ୍ମିତା ସାହୁ, ଦିଭ୍ୟା ମଲ୍ଲିକ,ସୁସ୍ମିତା ଚକ୍ରବର୍ତ୍ତୀଙ୍କ ଦ୍ଵାରା ମଞ୍ଚ ପରିଚାଳନା କାର୍ଯ୍ୟ ସମ୍ପାଦନ ହୋଇଥିଲା। ପିଲା ଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଖୁବ ଆନନ୍ଦ ଉତ୍ସାହର ସହ ନୃତ୍ୟ ଗୀତର, ନାଟକ କୃଷ୍ଣ ଲୀଳାର ମଜା ଉଠାଇଥିଲେ। ନୃତ୍ୟ ଶିକ୍ଷିକା ପ୍ରିୟଙ୍କା ବେହେରା , ଏସ ପୁଣ୍ୟତୋୟା, ନୃତ୍ୟ ଗୁରୁ ଭୋଳା ସାର୍, ୱାଜିଦ୍ ଓ ଯେ ପି ସାର୍ ନୃତ୍ୟ ର ମାର୍ଗ ଦର୍ଶନ କରିଥିଲେ। ଉଦୟ କୁମାର ଓଝା ଓ ଅରୁଣ କୁମାର ଜେନା ସାଜସଜ୍ଜା ଦାୟୀତ୍ବ ନିଭାଇଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *