ଗୁରୁକୁଳ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଧର୍ମଶାଳା :ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ”ଅରମା”ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ସ୍କୁଲ ଚେୟାରମ୍ୟାନ ଅଭୟ କୁମାର ଜେନାଙ୍କ ସଭାପତିତ୍ବରେ ଆୟଜିତ ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଧାନସଭାର ସମ୍ନାନିୟା ବାଚସ୍ପତି ତଥା ମହାନ ନାରୀନେତ୍ରୀ ଶ୍ରୀମତୀ ସୁରମା ପାଢ଼ୀ ପ୍ରଦୀପ ପ୍ରଜଳନ କରି ଉଦଘାଟନ କରିଥିଲେ। ଜାତୀୟ ଶିକ୍ଷା ନୀତିକୁ ଅନୁକରଣ କରି ସ୍କୁଲ ଯଉ ଶିକ୍ଷା ଦେଇଛି ତାହା ପ୍ରଶଂସନିୟ ବୋଲି ଶ୍ରୀମତୀ ପାଢ଼ୀ ମତବ୍ୟକ୍ତ କରିଥିଲେ। ସମ୍ନାନୀତ ଅତିଥିଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ସ୍କୁଲର ସଂସୃତି ନିଆଁରା,ଖାଲି ପାଠ ନୁହେଁ ଏହା ଆମ ସଂସୃତି ଉପରେ ଶିକ୍ଷା ଦେଇଥାଏ,ଏହି ସ୍କୁଲ ଉତ୍ତମ ଛାତ୍ର ଛାତ୍ରୀ ସୃଷ୍ଟି କରି ରାଜ୍ୟର ସୁନାମ ଅର୍ଜନ କରନ୍ତୁ ବୋଲି ସେ କହିଥିଲେ।ମୁଖ୍ୟ ବକ୍ତା ଭାବରେ କବି ଦିନବନ୍ଧୁ ପତି ଯୋଗଦେଇ ଆଜିର ସମାଜରେ ମାନବୀୟ ସଂସୃତିର ଅଧ ପତନ ଘଟିଛି ଏହାକୁ ସୁଧାରିବା ପାଇଁ ଆମେ ସମସ୍ତେ ଏହାଉପରେ ଗୁରୁତ୍ୱ ଦେବା ଉଚିତ୍ ଆତ୍ମୀୟତା ଓ ସଂସ୍କାର ଶିକ୍ଷା ଦେବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। ସାମ୍ନାନୀତ ବକ୍ତା ଭାବରେ ଯାଜପୁର ଜିଲ୍ଲାପାଳ ଅମ୍ବୁଜ କୁମାର କର ଯୋଗ ଦେଇ ଆଗାମୀ ଦିନରେ ଏହି ସ୍କୁଲର ପିଲାମାନେ ଦେଶର ଗୁରୁ ଦାୟିତ୍ୱ ନେବାକୁ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସିଇଓ ପବୀର କୁମାର କର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ ଓ ନିର୍ଦେଶକ ସୁଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ,କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ହିନ୍ଦୁ ପର୍ବ ପର୍ବାଣି କୁ ନେଇ ପଦର୍ଷିତ ଆର୍ଟ ଆଣ୍ଡ କ୍ରାଫ୍ଟ ମେଳାକୁ ଅତିଥି ମାନେ ବୁଲି ଦେଖି ଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

Leave a Reply

Your email address will not be published. Required fields are marked *