ବରାଳଦେବୀ ବିଦ୍ୟାପୀଠ ଠାରେ ବାର୍ଷିକ ଉତ୍ସବ ଉଦଯାପିତ ।

ଟିକାବାଲି ,୨୩/ ୧୨/୦୨୫ ଟିକାବାଲି ବ୍ଲକ କଇଁଝର ପଞ୍ଚାୟତ ନିକଟରେ ଥିବା ବରାଳିଦେବୀ ସରକାରୀ ବିଦ୍ୟାପୀଠ ଠାରେ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବ କୁ ସ୍କୁଲ ର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୁନିତା କହଁର, ବକ୍ତା ଏଡିଇଓ ମାନସ ରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ବିରୁପାକ୍ଷ ନାୟକ, ସାମ୍ୱାଦିକ ବାଳକୃଷ୍ଣ କହଁର,ପିକରଡି ପ୍ରଧାନ ଶିକ୍ଷକ ସୁନିଲ କୁମାର ସାହାଣୀ, ସ୍କୁଲ୍ ଆରମ୍ଭ ପ୍ରଥମ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ,ପୂର୍ବତନ ପ୍ରଧାନ ଶିକ୍ଷକ ଶିକ୍ଷକ ଶିବାଜି ଅଧିକାରୀ, ପୂର୍ବତନ ସେକ୍ରେଟାରୀ ସ୍ବର୍ଗତ ଶ୍ୱାମସୁନ୍ଦର ସାହୁ ଙ୍କ ସୁଯୋଗ୍ୟ ସନ୍ତାନ ଜିତେନ୍ଦ୍ର କୁମାର ସାହୁ, ସି ଆ ର ସି ସି ଜୟପ୍ରକାଶ ପାତ୍ର ଯୋଗ ଦେଇଥିଲେ। ଏଥିରେ ନାଚ, ଗୀତ ଓ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ନବମ , ଦଶମ ଶ୍ରେଣୀ ରେ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସିଲ କୋପ ସହ ମାନପତ୍ର ଉପଢୌକନ ଦେଇ ପୁରସ୍କାର ଦିଆଯାଇଥିଲା। କାର୍ଯକ୍ରମ କୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହ ଯୋଗ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟତ୍ରୀ ସମାପିକାଉ ଶାହା ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *