ଖୋରଧା ମହୋତ୍ସବ ସାଂସ୍କୃତିକ ଏବଂ ଐତିହ୍ୟ ର ସମ୍ଭାର l
ଖୋର୍ଦ୍ଧା ତା 22.12.2025 ରିଖ:ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ମହୋତ୍ସବର ରଜତ ଜୟନ୍ତୀ ଉଦଯାପନୀ ସମାରୋହ ସପ୍ତମ ସାନ୍ଧ୍ୟ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ, ନଗର ଉନ୍ନୟନ, ଓଡ଼ିଶା ସରକାର,ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦଘାଟନ କରି ଆଗାମୀ ନବବର୍ଷର ସମବେତ ଜନତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ l ନିଜ ଉଦବୋଧନରେ କହିଲେ ଯେ ଖୋର୍ଦ୍ଧା ମହୋତ୍ସବ ଜାତି , ଧର୍ମ,ବର୍ଣ୍ଣ , ସମ୍ପ୍ରଦାୟ ଭାତୃତ୍ୱ ଓ ଭାଇଚାରାର ନିଦର୍ଶନ l ଏହି ମହୋତ୍ସବ ଆତ୍ମ ନିର୍ଭର ଓଡ଼ିଶା ଓ ଆତ୍ମ ନିର୍ଭର ଭାରତ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ l ଖୋର୍ଦ୍ଧା ମାଟିର ବୀରତ୍ବର କାହାଣୀ ଏଭଳି ମହୋତ୍ସବ ଉଜ୍ଜୀବିତ କରି ରଖିବା ରେ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ l ମହୋତ୍ସବ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ବକ୍ତା ଭାବେ ମାନ୍ୟବର ସାଂସଦ, ବ୍ରହ୍ମପୁର, ଡ. ପ୍ରଦୀପ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଭୁବନେଶ୍ୱର ଏକାମ୍ର, ଶ୍ରୀଯୁକ୍ତ ବାବୁ ସିଂ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଖୋର୍ଦ୍ଧା ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଉପଖଣ୍ଡ ପୁଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଅଭିନେତ୍ରୀ ଅଙ୍କିତା ଦାସ, ଗାୟିକା ଭାଗ୍ୟଶ୍ରୀ ମହାନ୍ତି ନିଜ ନିଜ ବକ୍ତବ୍ୟରେ ଖୋରଧାର ସହରୀ ବିକାଶ,ଖୋରଧାର ପାଇକ ବିଦ୍ରୋହର ସଂଗ୍ରାମ,୧୮୫୭ ମସିହା ଲୋମାଞ୍ଚକାରୀ ଦୃଶ୍ୟ ଶହଶହ ସ୍ଵାଧୀନତା ସଂଗ୍ରାମୀ ଙ୍କୁ ଚେତନା ଜାଗ୍ରତ କରିବା ସହ ସାରା ବିଶ୍ୱକୁ ଆଚମ୍ବିତ କରିବା ମାଟିର ଶ୍ରେଷ୍ଠତା କୁ ବଜାୟ ରଖିବା ପାଇଁ ମହୋତ୍ସବ ସମଗ୍ର ଓଡ଼ିଶାକୁ ଓ ଭାରତ କୁ ବିକଶିତ ରାଜ୍ୟ ଓ ରାଷ୍ଟ୍ର ରେ ପରିଣତ କରିବ l ସେହି ପରି ୧୮୦୩ମସିହାରେ ବ୍ରିଟିଶ ଶାସନ ଆଗରେ ନଇଁ ନଥିବା ଖୋର୍ଦ୍ଧା ପ୍ରଥମ ସ୍ଵାଧୀନତା ସଂଗ୍ରାମର ମଞ୍ଜି ବୁଣିଥିଲା ବୋଲି ମାନ୍ୟବର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ପ୍ରକାଶ କରିଥିଲେ l ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟା ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ନିଜ ଅଭିଭାଷଣରେ ଓଡ଼ିଶାର କୋଣ ଅନୁ କୋଣରୁ ଆସିଥିବା ସମସ୍ତ ବ୍ୟବସାୟ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳକୁ ବିଜ୍ଞାପିତ

ଅଞ୍ଚଳ ପରିଷଦ ର ମାନ୍ୟତା, ଏବଂ ଖୋର୍ଦ୍ଧା ଜିଲ୍ଲାର ର ସହରାଞ୍ଚଳର ଦୃତ ବିକାଶ ପାଇଁ ଧ୍ୟାନ ଦେଇଥିବାରୁ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ନୂତନ ଖୋର୍ଦ୍ଧା ଜିଲ୍ଲା ର ନିର୍ମାଣରେ ସମସ୍ତ ଖୋର୍ଦ୍ଧା ବାସୀ ଅଂଶୀଦାର ହେବାକୁ ଆହ୍ଵାନ ଦେଇଥିଲେ l ଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପାରମ୍ପାରିକ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଆନ୍ ନେସ ଇଣ୍ଟର ନ୍ୟାସନାଲ ସ୍କୁଲ, ବ୍ଲାକ ସ୍ପାଇଡର, ଡିଭାଇନ୍ ଡାନ୍ସ ଏକାଡେମୀ, ଶିଶୁ ବିହାର, ସଂସ୍କାର ଭାରତୀ, ବରୁଣେଇ ଡାନ୍ସ ଗ୍ରୁପ, ନୃତ୍ୟୟନା ଆଦି କଳାକାର ମାନେ ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଏବଂ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ, ଖୋର୍ଦ୍ଧା ମାଟିର ପାରମ୍ପାରିକ ପାଇକ ପଗଡ଼ି, ପୁଷ୍ପ ଗୁଚ୍ଛ ଏବଂ ମହୋତ୍ସବ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ସାଧାରଣ ସଭାରେ ଖୋର୍ଦ୍ଧା ଜିଲ୍ଲାର ବହୁ ବିଶିଷ୍ଟ ରାଜନୈତିକ କର୍ମକର୍ତ୍ତା ନିକୁଞ୍ଜ ପଟ୍ଟନାୟକ, ବୁଦ୍ଧିଜୀବୀ, ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ମହୋତ୍ସବରେ ବହୁ ଜନ ସମାଗମ ହେବାର ପରିଲକ୍ଷିତ ହୋଇଥିଲା l
