ଜିଲ୍କାର ଚାଷୀଙ୍କ ସମସ୍ୟା ଓ ଧାନମଣ୍ଡି ର ବ୍ୟବସ୍ଥା

ଜିଲ୍କାର ଚାଷୀଙ୍କ ସମସ୍ୟା ଓ ଧାନମଣ୍ଡି ର ବ୍ୟବସ୍ଥା ପରଖିବା ପାଇଁ ଗତ ୧୮.୧୨.୨୦୨୫ (ଗୁରୁବାର) ଠାରୁ ୨୦.୧୨.୨୦୨୫ (ଶନିବାର) ପର୍ଯ୍ୟନ୍ତ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହିତ ପ୍ରତ୍ୟେକ୍ଷ ଭାବରେ ମିଶି ଧାନମଣ୍ଡି ମାନଙ୍କରେ ଧାନ ବିକ୍ରୟ କୁ ନେଇ ହେଉଥିବା ବ୍ୟାପକ ଅବ୍ୟବସ୍ଥା ଓ ସରକାରଙ୍କ ଛଳନା ପୂର୍ଣ୍ଣ ଉଦ୍ୟେଶ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ସତ୍ୟ ଓ ଅନୁସନ୍ଧାନ କମିଟି ଉପରୋକ୍ତ ଧାନ ମଣ୍ଡି ପରିଦର୍ଶନ ଓ ଚାଷୀ ମାନଙ୍କ ସହ ପ୍ରତ୍ୟେକ୍ଷ ବିସ୍ତୃତ ଆଲୋଚନା ପରେ ନିମ୍ନଲିଖିତ ସମସ୍ୟା ଓ ଅବ୍ୟବସ୍ଥା ପରିଲକ୍ଷିତ କରାଯାଇଛି ୧. ଡିସେମ୍ବର ମାସ ଶେଷ ହେବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ମାତ୍ର ୨୫%-୩୦% ଧାନ ମଣ୍ଡିରୁ ଧାନ ଉଠାଯାଇଛି, ବଳକା ୭୦% ଧାନ ଉଠିବାକୁ କୁ ନେଇ ଜିଲ୍ଲାର ସମଗ୍ର ଚାଷୀ ସମାଜ ଚିନ୍ତିତ l ୨. କଳାହାଣ୍ଡି ଜିଲ୍ଲାର ୩୦୩ ଧାନ ମଣ୍ଡିରୁ ମାତ୍ର ୨୧୮ ମଣ୍ଡି ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ଥିବା ସ୍ଥଳେ ୮୫ ଗୋଟି ଧାନ ମଣ୍ଡି ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ, ଯାହା କି ଉକ୍ତ ଅଞ୍ଚଳ ର ଚାଷୀଙ୍କୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l୩.ଚାଷୀ ପଞ୍ଜିକରଣ ଓ ଧାନ ବିକ୍ରି ଟୋକନ ପ୍ରକ୍ରିୟା ରେ ବିଳମ୍ବ କାରଣରୁ ଜିଲ୍ଲା ର ପ୍ରାୟ ୮୦ % ଚାଷୀ ଙ୍କ ଧାନ, ମଣ୍ଡିକୁ ପ୍ରବେଶ କରିପାରୁନାହିଁ l ଚାଷୀ ଋଣ ଭାରରେ ଛନ୍ଦି ହୋଇ ଦିନ-ଦିନ ଧରି ଅପେକ୍ଷା ପରେ ଟୋକନ ନ ମିଳିବା ଫଳରେ ଚାଷୀ ଧର୍ଯ୍ୟ ହରା ହୋଇ କଳା ବଜାର ରେ କମ ଦରରେ ଧାନ ବିକ୍ରି କରିଦେଉଛି l ୪.ରାଜ୍ୟ ସରକାର ଙ୍କ ଅପାରଗତା ଓ ଜିଲ୍ଲା ପ୍ରଶାସନ ର ଚାଷୀଙ୍କ ପ୍ରତି ଆନ୍ତରିକତା ର ଅଭାବ ଯୋଗୁଁ କଳାହାଣ୍ଡି ଜିଲ୍ଲା ବହୁ ମିଲର୍ସ ଉଦ୍ୟେଶ ମୂଳକ ଭାବେ ବିଳମ୍ବ ରେ ଧାନ ଉଠାଉଛନ୍ତି l ଆଜି ପର୍ଯ୍ୟନ୍ତ ମାତ୍ର ୧୫ ରୁ ୨୦ ମିଲର ଧାନ କ୍ରୟ ପ୍ରକ୍ରିୟା ରେ ଭାଗ ନେଇଛନ୍ତି, ବାକି ମିଲର କେଉଁ ଉଦେଶ୍ୟ ରେ ଭାଗ ନେଇନାହାନ୍ତି ତାହା ତଦନ୍ତ ସାପେକ୍ଷ l ବହୁ ମିଲର୍ସ ଙ୍କ ଏଜେଣ୍ଟ ଖୋଲା ବଜାରରେ ଧାନ ବିକ୍ରି କରିବାକୁ ଚାଷୀଙ୍କୁ ଉଷୁକାଉଛନ୍ତି ଓ ସିଧା ସଳଖ କମ ଦରରେ (₹୧୫୦୦ -₹୨୦୦୦) ଭିତରେ ଚାଷୀର ଧାନଖଲା ରୁ ଧାନ ଉଠେଇ ନେଉଛନ୍ତି l ପ୍ରଶାସନ ଏଭଳି କଳାବଜାରୀ ଙ୍କୁ କାହିଁକି ପ୍ରଶୟ ଦେଉଛି, ତାହା ବର୍ତ୍ତମାନ ର ଏକ ବଡ ପ୍ରଶ୍ନ?୫.ରାଜ୍ୟ ସରକାରଙ୍କ କାର୍ଯ୍ୟ ଅବହେଳା ଓ ଢିଲା ବ୍ୟବସ୍ଥା ଯୋଗୁଁ ଧାନ ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ ଲିପ୍ଟିଙ୍ଗ ଦାୟିତ୍ୱରେ ଥିବା ମିଲର୍ସଙ୍କ ମନମାନି ଦେଖିବାକୁ ମିଳୁଛି I ପ୍ୟାକ୍ସ ଓ ଆର.ଏମ. ସି ପ୍ରତିନିଧି ଙ୍କ ହୀନ ମାନସିକତା ଯୋଗୁଁ ଚାଷୀ ଙ୍କୁ ଦିନ ମଇଦାନ ରେ ପ୍ରତ୍ୟେକ ଧାନ ବସ୍ତାରେ ୦୫ କି.ଗ୍ରା -୯ କି.ଗ୍ରା ପର୍ଯ୍ୟନ୍ତ କଟଣି-ଛଟଣି ଶିକାର ହେବାକୁ ପଡୁଛି l୬.ଜିଲ୍ଲାର ପ୍ରାୟ ସମସ୍ତ ଧାନ ମଣ୍ଡି ରେ ଧାନ ବିକ୍ରୟ ସମୟରେ ବସ୍ତା ବାବଦ ଓଜନକୁ ନେଇ ୧୨୫୦ କି.ଗ୍ରା ପର୍ଯ୍ୟନ୍ତ ଅତିରିକ୍ତ ଧାନ କଟଣି ଦେବାକୁ ପଡୁଛି, ସତ୍ୟ ଓ ଅନୁସନ୍ଧାନ କମିଟି ଓ ଚାଷୀ ମିଶି ମିଲର ଏଜେଣ୍ଟ,ପ୍ୟାକ୍ସ ଓ ଆର.ଏମ. ସି ଙ୍କ ପ୍ରତିନିଧି ଙ୍କ ସମୁଖରେ ଉକ୍ତ ଧାନବସ୍ତାକୁ ଓଜନ କଣ୍ଟା ରେ ଓଜନ କରିବା ଫଳରେ ଗୋଟିଏ ଝୋଟ ବସ୍ତା ର ଓଜନ ୫୦୦ ଗ୍ରାମ-୫୫୦ ଗ୍ରାମ ପର୍ଯ୍ୟନ୍ତ ହେଉଅଛି l ଗୋଟିଏ ବସ୍ତା ବାବଦରେ ଓଜନ ରୁ ଅଧିକ ୭୦୦ ଗ୍ରାମ ଧାନ କେଉଁ ସ୍ୱାର୍ଥ ରେ ଚାଷୀଙ୍କ ପାଖରୁ କଟାଯାଉଛି l୭.ଜିଲ୍ଲା ର ସମସ୍ତ ମଣ୍ଡିରେ ଧାନ ର ସାଧାରଣ FAQ ମୂଲ୍ୟ ₹ ୩୧୦୦ ଟଙ୍କା ଦର୍ଶାଯାଇଛି, ବର୍ଦ୍ଧିତ ₹୬୯ ଦର୍ଶା ଯାଉନଥିବା ସ୍ଥଳେ ଚାଷୀଙ୍କ ମଧ୍ୟ୍ୟରେ ଭ୍ରମ ସୃଷ୍ଟି କରୁଛି l ଧାନ ବିକ୍ରି କରିଥିବା ଚାଷୀ ଙ୍କ ବ୍ୟାଙ୍କ ଏକାଉଣ୍ଟ ରେ ₹ ୩୧୦୦ ଟଙ୍କା ଜମା ହେଉଛି l ବର୍ଦ୍ଧିତ ₹୬୯ ଟଙ୍କା ସରକାରଙ୍କ ଏକ ଜୁମଲା l୮.ସରକାରୀ ଧାର୍ଯ୍ୟ ମୂଲ୍ୟ ପାଇବା ଆଶାରେ ଚାଷୀ, ଧାନ ମଣ୍ଡିରେ ପ୍ରବଳ ଶୀତ-କାକରରେ ହଜାର-ହଜାର କୁଇଣ୍ଟାଲ ଧାନ ପଡି ରହିଛି l ଧାନ ମଣ୍ଡିରେ ଅବ୍ୟବସ୍ଥା ହେତୁ ଘର-ଦ୍ୱାର ଛାଡି ଶୀତ-କାକରରେ ଚାଷୀଙ୍କୁ ଧାନ ଜଗିବାକୁ ପଡୁଛି I ଧାନ ଉଠିବା ଆଶାରେ ଭୀଷଣ ଶୀତରେ ଅବ୍ୟବସ୍ଥା ମଧ୍ୟରେ ଚାଷୀକୁ ରାତି-ରାତି ଧରି ଧାନ ମଣ୍ଡିରେ ଶୋଇବାକୁ ପଡୁଛି l୯. ଡ଼ିସେମ୍ବର ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟୋକନ ମିଳିଥିବା ସ୍ଥଳେ ଦ୍ୱିତୀୟ ପର୍ଯ୍ୟାୟ ଟୋକନ ପାଇବା ପାଇଁ ଚାଷୀ ଅପେକ୍ଷା ରେ ଅଛନ୍ତି I ଉଦ୍ୟେଶ୍ୟ ମୂଳକ ଭାବରେ ଧାନବିକ୍ରି ରେ ବିଳମ୍ବ ହେତୁ ସମସ୍ତ ସରକାରୀ କଳ-ମିଲର୍ସ-ରାଜନେତା-ଦଲାଲ ସମ୍ପୃକ୍ତି ଥିବାର ଅଭିଯୋଗ ଆମ୍ଭେ କରୁଛୁ I ୧୦. ବର୍ତ୍ତମାନ ରାଜ୍ୟ ସରକାରଙ୍କ E-KYC SURVEY ପ୍ରତି ପଞ୍ଚାୟତ ଓ ସହରାଞ୍ଚଳରେ ଘର-ଘର ବୁଲି ସରକାରୀ ପ୍ରତିନିଧି ସର୍ଭେ କରୁଛନ୍ତି ଓ ପ୍ରତେକ ପରିବାର ଭିତ୍ତିରେ ସମସ୍ତ ସଦସ୍ୟ/ସଦସ୍ୟା ଙ୍କ ଆଧାରକାର୍ଡ଼ ସଂଗ୍ରହ କରୁଥିବା ସ୍ଥଳେ ଏକ ବୁମେରାଙ୍ଗ ସୃଷ୍ଟି ହେଉଅଛି ଯେ,ଯଦି କୌଣସି ପରିବାର ର ବାର୍ଷିକ ଆୟ-ସୁଭଦ୍ରା ଓ ପି.ଏମ କିସାନ ଟଙ୍କା ସହ ମିଶି ₹୧.୨୦ ଲକ୍ଷ ରୁ ଅଧିକ ରୋଜଗାର ଥିଲେ ସରକାରୀ ସୁବିଧା-ସୁଯୋଗ ଯଥା -ସ୍ୱାସ୍ଥ କାର୍ଡ, ରାସନ କାର୍ଡ କଟି ଯିବ ଓ ସରକାରୀ ସେବା ପାଇବେ ନାହିଁ ,ଉକ୍ତ ଭୟରେ ଚାଷୀ, ମିଲର୍ସ-ଏଜେଣ୍ଟଙ୍କ କଳାବଜାରୀ ଧନ୍ଦା ରେ ଛନ୍ଦି ହୋଇ କମ ଦରରେ (₹୧୫୦୦ -₹୨୦୦୦) ଧାନ ବିକ୍ରି କରୁଛନ୍ତି I ଏହାର ସତ୍ୟା-ସତ୍ୟ ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ସହ ସରକାରୀ ସ୍ତରରେ ଚାଷୀମାନଙ୍କୁ ଏକ ସଚେତନ ବାର୍ତ୍ତା ପ୍ରଦାନ କରାଯାଉ I

Leave a Reply

Your email address will not be published. Required fields are marked *