ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀ
କୋରେଇ ବିଜେପିର ମିଶ୍ରଣ ପର୍ବବବିଙ୍କ ନେତୃତ୍ୱକୁ ଭରଷା ନ କରି ଆକାଶଙ୍କୁ ଭରଷା କରି ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀବ୍ୟାସନଗର, ୨୪/୧୨ : ସାଧାରଣ ନିର୍ବାଚନ ପରେ ଶାସକ ବିଜେପିର ଦେଢବର୍ଷର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟଦଳର ପଂଚାୟତ ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ ପ୍ରତିନିଧି କୋରେଇ ବିଜେପିରେ ସାମିଲ ହୋଇଥିବାବେଳେ ଆଜି କୋରେଇ ବିଜେପି ପକ୍ଷରୁ ବ୍ୟାସନଗର ସ୍ଥିତ ବିଧାୟକଙ୍କ ବାସଭବନ ଠାରେ ଏକ ମିଶ୍ରଣ ପର୍ବ ମାନ୍ୟବର କୋରୋଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ଖମଣ, ଗୋଳେଇପୁର ଗ୍ରାମ ପଂଚାୟତର ଶତାଧିକ ବିଜୁ ଜନତା ଦଳର ଆଗଧାଡିର କର୍ମୀ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶାର ସ୍ୱପ୍ନ ତଥା ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ, ସ୍ୱଚ୍ଛ କାର୍ଯ୍ୟଶୈଳୀ ସର୍ବପରି କୋରେଇର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ସ୍ୱଚ୍ଛ ନୀତି, ଆଦର୍ଶ ତଥା ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ସମସ୍ତ ଆଗନ୍ତୁକ ଖମଣ ଓ ଗୋଳେଇପୁର ପଂଚାୟତ ପ୍ରତିନିଧି ଓ କର୍ମୀଙ୍କୁ ବିଧାୟକ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ଆକାଶ ଦାସନାୟକ ମିଶ୍ରଣ ପର୍ବ ପରେ କୋରେଇ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ଖମଣ ଓ ଗୋଳେଇପୁର ଗ୍ରାମ ପଂଚାୟତରେ ବିଜେପି ସ୍ଥିତି ସୁଦୃଢ ହେଲା କହିବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିତ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ମିଶ୍ରଣ ପର୍ବ ଖମଣ ଓ ଗୋଳେଇପୁର ପଂଚାୟତ ବିଜେଡିକୁ ଶକ୍ତ ଝଟ୍କା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି । ଆଜିର ଏହି ମିଶ୍ରଣ ପର୍ବରେ ଖମଣ ଗ୍ରାମପଂଚାୟତର ସନାତନ ବେହେରା, ସସ୍ମିତା ମଲ୍ଳିକ, ଉର୍ମିଳା ବାରିକ, ଶୈଳବାଳା ସାହୁ, ସରସ୍ୱତୀ ସାହୁ, କୁନି ବାରିକ, ସାରଥୀ ସାହୁ, ଅନ୍ନପୁର୍ଣ୍ଣା ବେହେରା, ପ୍ରମିଳା ସାହୁ, ସାବିତ୍ରୀ ସାହୁ, ସୁଚିତ୍ରା ଦାସ, ବନଲତା ସାହୁ, ମନୋରମା ବିନ୍ଧାଣୀ, ରୀତାରାଣୀ ବିନ୍ଧାଣୀ, ଟିକିନା ସାହୁ, ସଂଘମିତ୍ରା ସାହୁ, ବାସନ୍ତୀ ସାହୁ, ରଞ୍ଜିତା ଦାସ, ସଂଯୁକ୍ତା ତରେଇ, ସୀତା ସେଠୀ, କୁନି ବେହେରା, ପ୍ରଭାତୀ ବେହେରା, କବିତା ସାହୁ, ଦମୟନ୍ତୀ ବିନ୍ଧାଣୀ, ସୁଶିଳା ମାଝୀ, ସଂଯୁକ୍ତା ନାଥ, ମିନାଖୀ ନାଥ, ହେମଲତା ମଲ୍ଲିକ, କଇଥା ମଲ୍ଲିକ, ସତ୍ୟଭାମା ସାହୁ, କୋଇଲି ମାଝୀ, ଲିଲି ମଲ୍ଲିକ, ମିଟନ ମଲ୍ଲିକ, ବସୁନ୍ଧରା ମାଝୀ, ତିଳୋତମା ମାଝୀ, ଝରଣା ବେହେରା, ସାଥରୀ ପୋଇ, ଲକ୍ଷ୍ମୀ ବେହେରା, ମଞ୍ଜୁଲତା ସାହୁ, ସତି ମାଝୀ, ମାଣିକ ମଲ୍ଲିକ, ଗୋଲାପ ମଲ୍ଲିକ, ସବିତା ମଳ୍ଲିକ, ବାସନ୍ତୀ ସାହୁ, ରଶ୍ମିତା ପରମାଣିକ, ସନ୍ତୋଷ ନାଥ, ମୋହନ ସାହୁ, ବିଚିତ୍ର ନାୟକ, ତ୍ରିଲୋଚନ ବେହେରା, ରବିନ୍ଦ୍ର ସାହୁ, ଶୁକଦେବ ସାହୁ, ନବଘନ ବିନ୍ଧାଣୀ, କାର୍ତିକ ମଲ୍ଲିକ, ଉର୍ମିଳା ଖଣ୍ଡେଇ, ନର୍ମଦା ସାହୁ, ସବିତା ସାହୁ, ରାଧାରାଣୀ ସାହୁ, ଗେହ୍ଲୀ ସାହୁ, ପୂର୍ଣ୍ଣିମା ସାହୁ, ପ୍ରତିମା ସାହୁ, ନିରୁପମା ସାହୁ, ବାବୁ ସାହୁ, ରଞ୍ଜନ ଦାସ, ସୁଚିତ୍ରା ଦାସ, ମହେଶ୍ୱର ନାୟକ, ତ୍ରିଲୋଚନ ପରମାଣିକ, ରଞ୍ଜିତା ସାହୁ, ବାସନ୍ତୀ ବିନ୍ଧାଣୀ, ଶାନ୍ତିଲତା ଦାସ, ରଞ୍ଜୁଲତା ସାହୁ, ଆରତି ସାହୁ, ପ୍ରମିଳା ବିନ୍ଧାଣୀ, ରମଣି ତରେଇ, ପ୍ରମିଳା ପୋଇ, ଦମୟନ୍ତି ମାଝୀ, ସାଧନା ମାଝୀ, ଲବଙ୍ଗ ମଲ୍ଲିକ, ସରସ୍ୱତୀ ମାଝୀ, ସାବିତ୍ରୀ ମାଝୀ, ଦେବକୀ ମାଝୀ, ପାର୍ବତୀ ଦାସ, ରୀନା ମାଝୀ, ମେନକା ବିନ୍ଧାଣୀ, ନାଣ୍ଡି ପୋଇ, ଯମୁନା ପୋଇ, ଶାନ୍ତିଲତା ବିନ୍ଧାଣୀ, ମଞ୍ଜୁଲତା ମଲ୍ଲିକ, ବାସନ୍ତୀ ମଲ୍ଲିକ, ପାକନ ମଲ୍ଲିକ, ମଞ୍ଜୁଲତା ପରମାଣିକ, ସୁଭଦ୍ରା ପୃଷ୍ଟି, ଜୟନ୍ତୀ ପୃଷ୍ଟି, କବିତା ଦାସ, ହାଡିବନ୍ଧୁ ପୃଷ୍ଟି, ରବିନ୍ଦ୍ର ବିଶ୍ୱାଳ, ତ୍ରିଲୋଚନ ବେହେରା, ସଞ୍ଜୟ ଦାସ, ମନିଶ୍ ନାୟକ, ମହେଶ୍ୱର ନାୟକ, ବିଜୟ କୁମାର ସାହୁ, ହୃଷିକେଶ ସାହୁ ଏବଂ ଗୋଳେଇପୁର ଗ୍ରାମପଂଚାୟତ ରାମପୁର ଶଗଡିର ମିର୍ଜା ହାଫିଜୁଲ୍ ବେଗ୍, ଏସ୍.କେ. ଏକ୍ରାମ୍, ମିର୍ଜା ସୁଫିୟାନ୍ ବେଗ୍, ଏସ୍.କେ. ଅଜମଲ୍, ଏସ୍.କେ. ଅଜମତ୍, ମିର୍ଜା ଗୁଫରାନ୍ ବେଗ୍, ମିର୍ଜା ରଫତାର ବେଗ୍, ମିର୍ଜା କାମରୁଲ୍ ହକ୍ ବେଗ୍, ମିର୍ଜା ଅଖତର ହୋସେନ୍, ମିର୍ଜା ଫରଜାନ୍ ବେଗ୍, ମିର୍ଜା ଇର୍ବାର, ବେଗ୍, ଡାୟନ୍ ମିଆଁ, ଅର୍ଜୁନ୍ ମଲ୍ଲିକ, ଧନେଶ୍ୱର ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, ମଂଟୁ ମଲ୍ଲିକ, ହୋସେନ୍ ମହମ୍ମଦ୍, ମିର୍ଜା ସାହାବୁଦ୍ଦିନ୍ ବେଗ୍, ମିର୍ଜା ହାସିମ୍ ବେଗ୍, ଚିତରଞ୍ଜନ ମଲ୍ଲିକ, ମିର୍ଜା ସାଗିର ବେଗ୍, ମିର୍ଜା ଆଜିମ୍ଉଦ୍ଦିନ୍ ବେଗ୍, ମିର୍ଜା ଆବାସ୍ ବେଗ୍, ମିର୍ଜା ଫୟାଜ୍ ବେଗ୍, ମିର୍ଜା ମୁସଲିମ୍ ବେଗ୍ ପ୍ରମୁଖ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ଆୟୋଜିତ ମିଶ୍ରଣ ପର୍ବରେ କୋରେଇ ବିଜେପିର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
