ସହାୟତା ନପାଇ ଦୁର୍ଦଶାରେ ଗଗନ

ସହାୟତା ନପାଇ ଦୁର୍ଦଶାରେ ଗଗନ
କାମାକ୍ଷାନଗର ସହର ନିକଟବର୍ତ୍ତୀ କାନପୁରା ଠାରେ ଥିବା ମିଶ୍ରିଲାଲ କମ୍ପାନୀ ରେ ଶ୍ରମିକ ଭବେ କାର୍ଯ୍ୟରତ ଗଗନ ନାୟକ ଦୁର୍ଘଟଣା ରେ ଗୁରୁତର ଭବେ ଆହତ ପର ଠାରୁ ସହାୟତା ନପାଇ ଏବେ ଦୁର୍ଦ୍ଦିନ ରେ କାଳାତିପାତ କରୁଛନ୍ତି l କାମାକ୍ଷାନଗର ସହରର ପୁରୁଣା ରେକୁଳା ବସ୍ତିର ଗଗନ ନାୟକ କାନପୁରା ଠାରେ Technical କମ୍ପାନୀ ଆରମ୍ଭ ହେବା ଦିନଠାରୁ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ l ୨ ହଜାର ୧୮ ମସିହାରେକମ୍ପାନୀ ମଧ୍ୟରେ କାର୍ଯ୍ୟରତ ଗଗନଙ୍କ ଗୋଡ଼ରେ ଏକ ପ୍ଲେଟ ପଡିଯିବାରୁ ଗଗନ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ l କମ୍ପାନୀ ପକ୍ଷରୁ ଗଗନ କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡକ୍ଟରଖାନରେ ଭର୍ତ୍ତି କରାଯାଇଥିଲା l ସେଠାରେ ଗଗନଙ୍କ ବାମ ଗୋଡ଼ ରେ ରଡ଼ ଭର୍ତ୍ତୀ କରାଯିବା ପରେ ଘରକୁ ଆସିଥିଲେ l ଉକ୍ତ ରଡ଼ ୨ ବର୍ଷ ପରେ ବାହାରିବା ପାଇଁ ଡକ୍ଟର କହିଥିଲେ l ହେଲେ ଦୀର୍ଘ ୮ ବର୍ଷ ବିତିଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଗଗନଙ୍କର ଗୋଡ଼ରୁ ରଡ଼ ବାହାରିବା ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ l ଏ ସଂକ୍ରାନ୍ତରେ ଗଗନ ବହୁବାର କମ୍ପାନୀ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ନେହୁରା ହେଉଥିବା ବେଳେ କର୍ତ୍ତୃପକ୍ଷ କୋଣସି କଥା ଶୁଣି ନାହାନ୍ତି l ତୁରନ୍ତ ରଡ଼ ବାହାର ନକଲେ ଗୋଡ଼ କଟାଯିବ ବୋଲି ଡକ୍ଟର କହିଥିବାର ଗଗନ ଲୋତକ ଭରା ଚକ୍ଷୁରେ ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *