ଜଗତସିଂହପୁର 27ତମ ପୁସ୍ତକମେଳା ପାଇଁ ଭୂମିପୂଜା ଅନୁଷ୍ଠିତ

ଜଗତସିଂହପୁର 27ତମ ପୁସ୍ତକମେଳା ପାଇଁ ଭୂମିପୂଜା ଅନୁଷ୍ଠିତ

ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ୨୭ ତମ ଜଗତସିଂହପୁର ପୁସ୍ତକମେଳାର
ଭୂମିପୂଜା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ
ଏହ ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଦାସ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ସରୋଜ କାନ୍ତ ସାହୁ, ମାନସ କୁମାର କାନୁନଗୋ, ମନୋଜ କୁମାର ଦାଶ, ଡାକ୍ତର କୈଳାସ ମଲ୍ଲିକ, ପ୍ରମୁଖ ଯୋଗଦେଇ ଭୂମିପୂଜା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଜାନୁୟାରୀ 15 ତାରିଖ ରୁ 21 ତାରିଖ ପର୍ଯ୍ୟନ୍ତ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବା ସହିତ ପ୍ରତିଦିନ ସନ୍ଧ୍ୟାରେ ସାହିତ୍ୟ ଆସର ସଭା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକାରୀ ସଭାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *