ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ

ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ

ମଣିଷ ପଣିଆ ସହ ଆଗକୁ ବଢ଼ିବା ହିଁ ସୁଶାସନ: ସାଂସଦ ଡା ପାତ୍ର

ପୁରୀ ୨୫/୧୨ ମଣିଷ ପଣିଆ ସହ ଆଗକୁ ବଢ଼ିବା ହିଁ ସୁଶାସନ।ସାଧାରଣ ଲୋକ ମାନଙ୍କୁ ସାମାଜିକ ନ୍ୟାୟ ଓ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଯେଉଁ ଅବଦାନ ରଖି ଯାଇଛନ୍ତି ତାହା ପ୍ରକୃତ ସୁଶାସନ।


ଅଟଳଜୀ ସୁଶାସନ ର ମୂର୍ତ୍ତୀମନ୍ତ ପ୍ରତୀକ ଥିଲେ ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଡା ପାତ୍ର ବାଜପେୟୀ ଜଣେ ବହୁବିଧ ପ୍ରତିଭାର ଅଧିକାରୀ, ରାଷ୍ଟ୍ରନୀତିଜ୍ଞ,ଧର୍ଯ୍ୟ ଓ ସହନଶୀଳତା ର ପ୍ରତୀକ ଥିଲେ ବୋଲି କହିଥିଲେ। ସେ ଜଣେ ଦେଶଭକ୍ତ ଓ ଦୂରଦ୍ରଷ୍ଟା ଥିଲେ।ଦେଶର ବିକାଶ ପାଇଁ ଦଳୀୟ ମନୋଭାବ କୁ ପରିହାର କରି ଆଗକୁ ବଢ଼ିବାର ଅଛି।ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ କାର୍ଯ୍ୟ ଶୈଳୀ ବିକଶିତ ଭାରତ ପାଇଁ ଉଦ୍ଦିଷ୍ଟ।ସେ ପ୍ରମାଣ କରିଛନ୍ତି ପିଏମ ମାନେ କେବଳ ପ୍ରଧାନମନ୍ତ୍ରୀ ନୁହେଁ
ପି ମାନେ ପସିନା ଓ ଏମ ମାନେ ମେହନତ।ବିଭିନ୍ନ ଉଦାହରଣ ଛଳରେ ଅଟଳଜୀଙ୍କ ସରଳ, ନିରାଡମ୍ବର ଓ ପ୍ରତିବଦ୍ଧତା ପୂର୍ଣ୍ଣ ଜୀବନ ଶୈଳୀ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସାଧାରଣ ଲୋକ ଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ହିଁ ସୁଶାସନ ବୋଲି କହିଥିଲେ।ପୁରୀକୁ ବିକଶିତ କରିବା ଆମ ସମସ୍ତଙ୍କ ପ୍ରାଥମିକତା।ଅଟଳଜୀ କେବଳ ନାମରେ ନୁହେଁ ବ୍ୟକ୍ତିତ୍ବ,ସଂକଳ୍ପ, ଦେଶପ୍ରେମ ଓ କାମରେ ବି ଅଟଳ ଥିଲେ ବୋଲି ସେ କହିବା ସହ ବାଜପେୟୀ ସୁଶାସନ ର ପ୍ରବର୍ତ୍ତକ ଥିଲେ ବୋଲି କହିଥିଲେ।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ସୁଶାସନ ଏକ ସ୍ଲୋଗାନ ନୁହେଁ ଏହା ବିକାଶ ଓ ପ୍ରଗତିର ପରିଚୟ।ସାଧାରଣ ଲୋକ ଙ୍କୁ ଆବଶ୍ୟକୀୟ ସେବା ଯୋଗାଇବା କ୍ଷେତ୍ରରେ ପ୍ରଶାସନ ପଦକ୍ଷେପ ନେଇଛି ଯାହା ସୁଶାସନ ର ଅନୁଶାସନ ବୋଲି ସେ ସୂଚନା ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା ସହ ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନ ଙ୍କ ମଧ୍ୟରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ସିଡିଭିଓ ଡା ଶରତ କୁମାର ବେହେରା,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ, ସମାଜସେବୀ, ସ୍ବେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ।ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଅତିଥି ମାନେ ପ୍ରାରମ୍ଭରେ ମହାପ୍ରଭୁ ଓ ବାଜପେୟୀଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ।ପୂର୍ବାହ୍ନ ରେ କବି ଓ କବୟିତ୍ରୀ ଙ୍କ ଦ୍ଵାରା ବାଜପେୟୀଙ୍କ ଲିଖିତ କବିତା, ଦେଶାତ୍ମବୋଧକ ଓ ଆଧ୍ୟାତ୍ମିକ କବିତା ପଠନ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,ବୁଦ୍ଧିଜୀବୀ, ଶିକ୍ଷାବିତ,
ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ସାଧାରଣ ଲୋକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *