ଆଭାସୀ ମାଧ୍ୟମରେ କ୍ରୀଡାବିତ ମାନଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ

ଆଭାସୀ ମାଧ୍ୟମରେ କ୍ରୀଡାବିତ ମାନଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ।
ପୁରୀ ୨୫/୧୨ ଆଜି ପୂର୍ବାହ୍ନରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଭାସୀ ମାଧ୍ୟମରେ କ୍ରୀଡାବିତ ଙ୍କ ସହ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଯୁବବର୍ଗ ଦେଶର ସମ୍ବଳ ଓ ସମ୍ଭାବନା।ସେମାନେ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଆମ ଯୁବବର୍ଗ ମାନଙ୍କୁ ସେମାନଙ୍କ ପ୍ରତିଭା ର ବିକାଶ ପାଇଁ କ୍ରୀଡା ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଥିଲେ।କ୍ରୀଡା କୁ କ୍ୟାରିଅର କରି ଆଗକୁ ବଢ଼ିବା,ଦେଶ ପାଇଁ ସୁନାମ ଆଣିବା ଓ ନିଜ ପାଇଁ ଏକ ପରିଚୟ ସୃଷ୍ଟି ପାଇଁ ସାଂସଦ ଖେଳ ମହୋତ୍ସବ ବେଶ ସହାୟକ ହେବ ବୋଲି ଡା ପାତ୍ର ଆଶା ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,କ୍ରୀଡାବିତ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *