ମୋତେ କରିଦେ ବାସ ତୁଳସୀ
ଶୀର୍ଷକ _ମୋତେ କରିଦେ ବାସ ତୁଳସୀ
ରୀତାରାଣୀ ଦାଶ
ବାଲେଶ୍ୱର
ହେ ମା ତୁଳସୀ ପବିତ୍ର ସ୍ପର୍ଶରେ
ପବିତ୍ର କର ଗୋ ମୋତେ
କଳୁଷିତ କେବେ ନ ହେଉ ଚିନ୍ତନ
ଆତ୍ମା ଧରି ଶୁଦ୍ଧ ଚିତ୍ତେ
ଏ ସଂସାରୁ ମୁକ୍ତି ଦିଅ,
ଆଶ୍ରୟ ଦିଅ ହେ ତୁମରି ଛାୟାରେ
ପଥ କଢି ଘେନି ଯାଅ |
ଅପରୂପା ତୁମେ ଶ୍ରୀକୃଷ୍ଣ ବଲ୍ଲଭୀ
ଅଙ୍ଗେ ଅଙ୍ଗେ ଭରା ବାସ୍ନା
ତୁମର ମହିମା ଅବିଦିତ ସିନା
ବର୍ଣ୍ଣନେ ଅକ୍ଷମ ସିନା
ଜଗନ୍ନାଥ ହୃଷିକେଶ,
ଅତୀବ ପ୍ରେମରେ ବିନା ତୁଳସୀରେ
କରନ୍ତିନି ଅନ୍ନ ପାକ |
ତୁଳସୀ ମାଆ ଲୋ ଅହଂ ଦୂର କରି
ପବିତ୍ର ଶକ୍ତିରେ ତୁମ
ଅନ୍ତରାତ୍ମା ରେ ମୋ ପ୍ରବାହିତ ହେଉ
ସ୍ନେହ ଭକ୍ତି, ଭାବ ପ୍ରେମ
ରୋଗୀଠାରୁ ଭୋଗୀ ଯାଏ
ତୁଳସୀରେ ମୟ କର ଏ ସଂସାର
କଳୁଷ ନିଭାଇ ଆହେ |
ପ୍ରତିଟି ଜ୍ୱାଳାରେ ରୁହ ମୋ ସହିତେ
ନାମ ଜପେ ନିରନ୍ତର
ତୁମର ଆରୋଗ୍ୟ ଅବିନାଶୀ ଗୁଣେ ଜୀଏଁ ଆଧ୍ୟାତ୍ମିକତାର
ଭକ୍ତିର ଏକ ପ୍ରତୀକ,
କରିଦିଅ ମାଆ ବାସ ତୁଳସୀ ଟେ
ଆର ଜନ୍ମ ପାଇଁ ଭିକ |
