ଉନ୍ନୟନ ପ୍ରକଳ୍ପ କାର୍ଯ୍ଯରେ ଲାଗୁନି ସୂଚନାଫଳକ ।

ହିଞ୍ଜିଳିକାଟୁ ୨୬/୧୨ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ ଅନ୍ତର୍ଗତ କଂଚୁରୁ ଗ୍ରାମପଞ୍ଚାୟତର ନେଳିଆବନ୍ଧର ନିର୍ମାଣ କାର୍ଯ୍ୟ ହୋଇଆସୁଥିବା ବେଳେ ସୁଚନାଫଳକ ଅଦୃଶ୍ୟ ରହିଛି । ତେବେ ପଞ୍ଚାୟତସ୍ତରରେ ହେଉଥିବା କାର୍ଯ୍ୟକୁ ବିଭାଗୀୟ ଯନ୍ତ୍ରୀ ଏବଂ ପଞ୍ଚାୟତ ଅଧିକାରୀଙ୍କ ଅଗୋଚରରେ ଚାଲୁଆସୁଥିବା ସମ୍ଭାବନା ରହିଛି । ଏଭଳି ଦୃଶ୍ୟ ବିନା ସୁଚନାଫଳକରେ ଚାଲୁଥିବା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କଂଚୁରୁ ପଞ୍ଚାୟତର କଣ୍ଟେଇକୋଳି ଗ୍ରାମରେ ଦେଖିବା ମିଳୁଛ । ସୁଚନାମୁତାବକ କଣ୍ଟେଇକୋଳି ଗ୍ରାମରେ ଥିବା ନେଳିଆ ବନ୍ଧର ଉନ୍ନିତ କରଣ ନେଇ କାର୍ଯ୍ୟ ଚାଲିଛି । ବନ୍ଧ ଚତୁପାର୍ଶ୍ବରେ ପୁର୍ବରୁ ନିର୍ମାଣ କରାଯାଇଥିବା ଗାର୍ଡଓ୍ବାଲ ଉପରେ ସିମେଣ୍ଟ ଇଟା ଯୋଡିବା କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ କେତେ ଟଙ୍କାର ଅଟକଳ ମୁଲ୍ଯ ରହିଛି , କେଉଁ ଯୋଜନାରୁ ଅର୍ଥ ଆସିଛି ,କେଉଁ କାର୍ଯ୍ୟନିର୍ବାହୀ ସଂସ୍ଥା କିମ୍ବା ଠିକାଦାରଙ୍କ ନାମ କଣ ଏବଂ କେଉଁ କାର୍ଯ୍ୟ ହେଉଥିବା ବିବରଣୀ ଲିଖିତ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୁର୍ବରୁ ନାଗରିକ ମାନଙ୍କ ନେଇ ପ୍ରଦର୍ଶନୀଫଳକ ରହିବା କଥା । କିନ୍ତୁ ସରକାରୀ ନିୟମର ଧଜିଆ ଉଡାଇ ତରବରିଆ ଭାବେ କାର୍ଯ୍ୟ ଚାଲୁଛି ଏପରି କିଛି ନିର୍ମାଣ କାର୍ଯ୍ୟ ସେହି ଗ୍ରାମରେ ଦେଖିବା ମିଳିଛି । ଗୁଣାତ୍ମକ ଓ ସ୍ଥାୟୀତ୍ବ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ନେଇ ଗ୍ରାମବାସୀଙ୍କ ଠାରୁ ଶୁଣିବାରେ ମିଳୁଛି । ଏନେଇ କିଛି ଗଣମାଧ୍ୟମ ପ୍ରତିନିଧି ସ୍ଥାନୀୟ ଯନ୍ତ୍ରୀଙ୍କ ସହିତ ଫୋନରେ ଯୋଗାଯୋଗ କରିଥିଲେ କିନ୍ତୁ ତାହା ସମ୍ଭବ ପର ହୋଇନାହିଁ । କିନ୍ତୁ ଉନ୍ନୟନ କାର୍ଯ୍ୟ ଏବଂ ସୁଚନାଫଳକ ସମ୍ଭନ୍ଧୀୟ ତଥ୍ୟ ସଂଗ୍ରହ ନେଇ ଆଜି ବିଭାଗୀୟ ଯନ୍ତ୍ରୀ ଦୁର୍ଯୋଧନ ବେହେରାଙ୍କୁ ସାକ୍ଷାତ କରି ସୁଚନାଫଳକ ନଥିବା ଏବଂ ଡିପାର୍ଟମେଣ୍ଟାଲ କାର୍ଯ୍ୟ ହେଉଥିବା ଜାଣିବାକୁ ପାଇଲୁ । ତେବେ ଡିପାର୍ଟମେଣ୍ଟାଲ କାର୍ଯ୍ୟ ହେଉଥିଲେ ମଧ୍ୟ ସରକାରୀ ସ୍ତରରେ କେମିତି ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଦର୍ଶନୀଫଳକକୁ ଭୁଲିଯିବା ଏବଂ ସୁଚନାଫଳକ ନିର୍ମାଣ ପାଇଁ ଆସୁଥିବା ଅର୍ଥ ବାଟମାରଣା ପରି ଦେଖାଯାଉଥିବା ବେଳେ ନେଳିଆ ବନ୍ଧ ଉନ୍ନତ କରଣ ନିର୍ମାଣ

କାର୍ଯ୍ୟର ସ୍ଥାୟୀତ୍ବ ଏବଂ ଗୁଣାତ୍ମକକୁ ନେଇ ଅର୍ଥ ବାଟମାରଣା କଥାକୁ ଆଡେଇ ଦିଆଯାଇନପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ଲୋକଙ୍କ ଟିକସ ଅର୍ଥ ଠିକ ଭାବରେ ସଦୁପଯୋଗ ହୋଇ ନିର୍ମାଣ କାର୍ଯ୍ୟ ସୁନିଶ୍ଚିତ ଏବଂ ଦୀର୍ଘସ୍ଥାୟୀ ନେଇ କଂଚୁରୁ ପଞ୍ଚାୟତର କଣ୍ଟେଇକୋଳିର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ଉନ୍ନୟନ ଅଧିକାରୀ ତଦନ୍ତ ସହ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *