ଗ୍ଲୋରିୟସ ଇଂଲିଶ ମିଡିୟମ ସିନିୟର୍ ସେକେଣ୍ଡାରୀ ସ୍କୁଲର ବାର୍ଷିକୋତ୍ସବ
ଗ୍ଲୋରିୟସ ଇଂଲିଶ ମିଡିୟମ ସିନିୟର୍ ସେକେଣ୍ଡାରୀ ସ୍କୁଲର ବାର୍ଷିକୋତ୍ସବଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଗ୍ଲୋରିୟସ ଇଂଲିଶ ମିଡିୟମ ସିନିୟର୍ ସେକେଣ୍ଡାରୀ ସ୍କୁଲ( ଜେମ୍ସ୍ )ର ୩୨ତମ ବାର୍ଷିକୋତ୍ସବରେ ବିଦ୍ୟାଳୟର ନିର୍ଦ୍ଦେଶକ ଡ଼କ୍ଟର ଅଭୟ ପତି ଅଧ୍ଯକ୍ଷତା ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଆକାଶ ଦାସନାୟକ ଯୋଗଦେଇ ଆଗକୁ ବଢ଼ିବା ପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ଓ ଜୀବନରେ କଠିନ ପରିଶ୍ରମ କେବେ ବିଫଳ ହୁଏ ନାହିଁ ବୋଲି ପ୍ରକାଶ କରିଛନ୍ତି l ଜେମ୍ସର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପ୍ରଗତି ପଥକୁ ବେଶ୍ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଭୁବନେଶ୍ୱର, ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲର ନିର୍ଦ୍ଦେଶକ ଡ଼କ୍ଟର ହିମାଂଶୁ ଶେଖର ପତି, ବିଦ୍ୟାଳୟର ଚେୟାରମ୍ୟାନ ଦେବେନ୍ଦ୍ର ନାଥ ପତି, ସଭାପତି ଆଡଭୋକେଟ ଅସ୍ମିତା ପତି ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅସମ୍ଭବ କୃତିତ୍ଵ ପଛରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଅବଦାନ ରହିଥିବାରୁ ସାଧୁବାଦ୍ ଜଣାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ପାଣିଗ୍ରାହୀ ସ୍ବାଗତ ଭାଷଣ ସହିତ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟରୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବନ୍ଧିତ କରଯିବା ସହିତ ବିଭିନ୍ନ ବିଭାଗରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟରେ ପୁରାତନ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବାରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା l ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଭିଭାବକ ବେଶ୍ ପ୍ରଶଂସା କରିଥିଲେ l ଉତ୍ସବ ରେ ବ୍ୟାସନଗର ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ପାଣିଗ୍ରାହୀ, ଉପାଧ୍ଯକ୍ଷ ସରୋଜ କୁମାର ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମଟୀକୁ ସୁରୁଖୁରୁରେ ସମ୍ପନ୍ନ କରିଥିବାରୁ ମ୍ୟାନେଜମେଣ୍ଟ ତରଫରୁ ସମସ୍ତଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା।
