22ତମ ରାଜ୍ୟ ଟାଇକୋଣ୍ଡୋ ଚମ୍ପିୟାନ ସିପ ଉଦଘାଟିତ

22ତମ ରାଜ୍ୟ ଟାଇକୋଣ୍ଡୋ ଚମ୍ପିୟାନ ସିପ ଉଦଘାଟିତ
ଭଦ୍ରକ ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନ ରେ
ଟାଇକୋଣ୍ଡୋ ଆସୋସିଏସନ ଅଫ ଓଡିଶା (ତାଓ)ର 22ତମ ଚମ୍ପିୟାନସିପ ଉଦଘାଟିତ ହୋଇ ଯାଇଛି!ଭାରତୀୟ ଟାଇକୋଣ୍ଡୋର ଜନକ ତଥା ଟାଇକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଡ ଜିମ୍ମି ଆର ଜାଗତିଆନି ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ଉଜ୍ବଳନ ସହ ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ! ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ମହାବିଦ୍ୟାଳର ଅଧକ୍ଷ ଡ଼ ଦୁର୍ଗା ଶଙ୍କର ଦାଶ, ଅଧିବକ୍ତା ଅତିଶ ବେହେରା ଯୋଗ ଦେଇ ଭଦ୍ରକ ଭଳି ଏକ ଛୋଟ ଜିଲ୍ଲା ରେ ଏ ଭଳି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉ ଥିବାରୁ ତାଓ ର କର୍ମ କର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ! ହାପି ହୋମ ସ୍କୁଲର ଡାଇରେକ୍ଟର ପ୍ରଜ୍ଞା ପରିମିତା ପଲାଇ ସଭା ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ପ୍ରତିଯୋଗିତା ର ବିବରଣୀ ପାଠ କରିଥିଲେ! ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ‘ଖେରୋଗୀ’ଓ ‘ପୁମସେ’ବିଭାଗ ର ଉଭୟ ବାଳକ ଓ ବାଳିକାବିଭାଗ ର 400ରୁ ଅଧିକ ପ୍ରତିଯୋଗୀ ଯୋଗ ଦେଇଥିବା ବେଳେ 30ଜଣ ବ୍ଲାକ ବେଲ୍ଟ, 18ଜଣ ଜାତୀୟ ରେଫେରି ଯୋଗ ଦେଇଥିବା ଜଣାପଡିଛି!ଚମ୍ପିୟାନସିପ କାର୍ଯ୍ୟ ସଂଚାଳନରେ ଉପସଭାପତି ରମେଶ ପ୍ରଧାନ, ଯୁଗ୍ମ ସମ୍ପାଦକ ଯୋଗେଶ୍ୱର ମହନ୍ତ, ପବନ ଶର୍ମା, କୋଷାଧକ୍ଷ୍ୟା ସଂଘମିତ୍ରା ଦାଶ, ବିଦ୍ୟାଧର ବାରିକ, ଵିଶାଲ ଲଖାନୀ, ଅଜୟ କୁମାର ଧଳ, ରମେଶ ଜେନା, ଧନେଶ୍ୱର ଜେନା, ସୁରେଶ ନାୟକ, ହରିହର ବାରିକ, ଶସଧର ଜେନା, ଗୌରହାରୀ ସାମଲ

Leave a Reply

Your email address will not be published. Required fields are marked *