ଜିଗିନାଗାଁ ପ୍ରାର୍ଥନା ଗୃହ ଉଦ୍ଘାଟନ କଲେ ବ୍ଲକ ଅଧ୍ୟକ୍ଷ
ଜିଗିନାଗାଁ ପ୍ରାର୍ଥନା ଗୃହ ଉଦ୍ଘାଟନ କଲେ ବ୍ଲକ ଅଧ୍ୟକ୍ଷ ।
ଟିକାବାଲି , ୨୮/ ୧୨/୨୦୨୫ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କାଇଁଝର ଗ୍ରାମ ପଞ୍ଚାୟତର ଜିଗିନାଗାଁ ଗ୍ରାମରେ ଥିବା ପ୍ରାର୍ଥନା ଗୃହ ଉଦ୍ଘାଟନ ହୋଇଯାଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର,ସମ୍ମାନିତ ଅତିଥି ଭାବେ ପୁର୍ବତନ ସରପଞ୍ଚ ପ୍ରକାଶ କହଁର, ମୁଖ୍ୟବକ୍ତା ଭାବେ କଲିକତା ରୁ ଆସିଥିବା ରେଭ୍ବେନୁ ଯୋହନ ଓ ତାଙ୍କ ସହଯୋଗୀ ଯୋଗଦେଇଥିଲେ। ଜିଲ୍ଲା,ଓ ବ୍ଲକ ରୁ ବିଭିନ୍ନ ଅଞ୍ଚଳରୁ ଖ୍ରୀଷ୍ଟ ବିଶ୍ୱାସୀ ବାପା, ମା, ଭାଇ, ଭଉଣୀ ମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ରେବ ଭେନୁ ଉପସ୍ଥିତ ଜନସାଧାରଣ ମାନଙ୍କୁ ପ୍ରଭୁ ଯୀଶୁଙ୍କ ପୁସ୍ତକ ପଠନ କରିବା ସହ ତାଙ୍କ ନୀତି ଆଦର୍ଶର ଅନୁପ୍ରାଣିତ ହେବାକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଗ୍ରାମର ସମସ୍ତ ଜାତି, ଧର୍ମ ନିର୍ବିଶେଷରେ ଲୋକମାନେ ସହଯୋଗ କରିଥିଲେ। ଏଥିରେ ପାଳକ ଧୃବଦିଗାଲ ସଭାପତିତ୍ବ କରିଥିବା ବେଳେ ପାଳକ ନିରଞ୍ଜନଦିଗାଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶେଷରେ କୁନିକୁନି ପିଲାମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା ମୁଖ୍ୟ ବକ୍ତା ଙ୍କ ମୁହଁରୁ ପ୍ରଭୁଙ୍କ ବାଣୀ ଶୁଣି ଜୀବନ ଧନ୍ୟ ହେଲା ବଲି ଉପସ୍ଥିତ ସମସ୍ତ ପ୍ରଭୁ ବିଶ୍ବାସୀ କହିଥିଲେ ।
