ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଆମପାଇଁ ଏକ ଅମୂଲ୍ୟ ଗ୍ରନ୍ଥ

ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଆମପାଇଁ ଏକ ଅମୂଲ୍ୟ ଗ୍ରନ୍ଥ

ଟିକିତାରା ଶିଶୁ କିଶୋର ଷାଣ୍ମାସିକ ପତ୍ରିକାର ବାର୍ଷିକ ଉତ୍ସବ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ପୁଣ୍ୟ ତିଥି ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଶାର ପ୍ରଥମ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏସ ପି ବିଶ୍ୱପ୍ରକାଶ ପଟ୍ଟନାୟକ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର ଏବଂ ଶ୍ରୀମତୀ ରେଣୁକା ମିଶ୍ର ଯୋଗଦେଇ ଶିଶୁ କିଶୋର ସାହିତ୍ୟ ସୃଷ୍ଟିରେ ବର୍ଣ୍ଣବୋଧର ଭୂମିକା ବିଷୟରେ ଆଲୋକପାତ କରିବା ସହ ଟିକିତାରା ପକ୍ଷରୁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ବିଦ୍ୟାଳୟ ମାନଙ୍କରେ ଯେଉଁ କାର୍ଯ୍ୟକ୍ରମ କରାଯାଇଛି ସେଥିପାଇଁ ସମ୍ପାଦକଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସୁଲଭ ପ୍ରକାଶନୀ ପୁରୀଙ୍କ ଦ୍ୱାରା ପ୍ରକାଶିତ ବିପିନ ବିହାରୀ ଦଳାଇଙ୍କ ସଂପାଦିତ ଶିଶୁ କିଶୋର ଗଳ୍ପ ସଂକଳନ ଏବଂ ଶିଶୁ କିଶୋର କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା। ପ୍ରତିବର୍ଷ ପରି ଚଳିତବର୍ଷ ଶିକ୍ଷାଦାନ ସହିତ ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀଯୁକ୍ତ ଅଜୟ କୁମାର ବଳିଆର ସିଂହ, ଉର୍ବଶିନୀ ନାୟକ, ଶ୍ରୀଯୁକ୍ତ ଯୋଗେଶ୍ଵର ନାୟକ, ଶ୍ରୀଯୁକ୍ତ ସହଦେଵ ସାହୁ, ଶ୍ରୀମତୀ ସସ୍ମିତା ଜେନା, ଶ୍ରୀଯୁକ୍ତ ରାଜକିଶୋର ସାହୁ, ଶ୍ରୀମତୀ ଲୋପାମୁଦ୍ରା କର, ଶ୍ରୀମତୀ ଗୋଲ୍ଡି ଭଞ୍ଜଙ୍କୁ ଟିକିତାରା ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅନନ୍ତ ପ୍ରଧାନ, ସତ୍ୟଭାମା ନାୟକ, ଅଜୟ ପଣ୍ଡା, ସୁବାସ ଚନ୍ଦ୍ର ପରିଡ଼ା, ଭାରତୀ ଭୂଷଣ ଦାସ, ଜାନକୀ ବଲ୍ଲଭ ଦାଶ, ସୁନନ୍ଦା ଦାଶ, ପ୍ରତିଭା ଦାଶ, ପର୍ବାଣୀ ଦାସ ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସମ୍ପାଦକ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *