ମହିଳା ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା।

ରଘୁନାଥପୁର ତା ୨୯/୧୨:-ତିର୍ତୋଲ ବ୍ଲକ କାର୍ଯ୍ୟରତ ମହିଳା ସାମ୍ବାଦିକା ସୋନାଲିପଣ୍ଡାଙ୍କୁ ଓ ସାମ୍ବାଦିକ ପ୍ରିୟ ଦର୍ଶନ ଦାସ ତିର୍ତୋଲ କୋଟକଣା ଠାରେ ସମ୍ବାଦ ସଂଗ୍ରହ କରୁଥିବା ସମୟରେ ସ୍ଥାନୀୟ ଯୁବକ ପ୍ରଶନ୍ନ ଓ ତାସହଯୋଗୀ ସୋନାଲି ଙ୍କ ଉପରେ ମରାଣାତ୍ମାକ ଆକ୍ରମଣ କରି ତାଙ୍କ ମୋବାଇଲ ଛଡାଇବା ସହ ତାଙ୍କ ସ୍କୁଟିଗାଡିକୁ ଭାଙ୍ଗି ଦେଇଥିଲେ।ଏହି ଘଟଣାରେ ରେ ସୋନାଲି ଗତ ଡିସେମ୍ବର ୨୪ତାରିଖ ରେ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୁକ୍ତ ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସେମାନେ ଖୋଲା ଆକାଶତଳେ ବୁଲୁଥିଲେବି ଘଟଣା ଘଟିବାର ୫ଦିନ ବିତିଯାଇଥିଲେ ମଧ୍ୟ ତିର୍ତୋଲ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳହୋଇଛି।ଏହାକୁ ନେଇ ରାଜ୍ୟ ଏସୟୣଜେ ସାମ୍ବାଦିକ ସଙ୍ଘରେ ତିବ୍ର ପତିକ୍ରିୟା ପ୍ରକାଶ କରିବା ସହିତ ଜଗତସିଂହପୁର ଜିଲ୍ଲାଶାଖା ପକ୍ଷରୁ ସୋମବାର ରଘୁନାଥପୁର ଠାରେ ଚାଲୁଥିବା ଜିଲ୍ଲାପାଳ ଙ୍କ ଜନଅଭିଯୋଗ ଶିବିର ରେ ଅଭିଯୋଗ କରାଯାଇଥିବା ଜଣାଯାଇଛି।ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରିବାପାଇଁ ରାଜ୍ୟ ଏସୟୁଜେ ସାମ୍ବାଦିକ ସଂଙ୍ଘର ଜଗତସିଂହପୁର ଶାଖା ପକ୍ଷରୁ ଦାବୀ କରାଯାଇଛି।ଅପରପକ୍ଷରେ ତିର୍ତୋଲ ପୋଲିସର ବର୍ବରତା ଦିନକୁଦିନ ବଢିବାରେ ଲାଗିଛି। ଏବେ କିଛିଦିନ ତଳେ ଗୋରେଖନାଥ ପିଠ ବିଟହାଉସ ପୋଲିସ ଜଣେ ଅସହାୟ ଭିକ୍ଷୁକ ବ୍ୟକ୍ତି ଙ୍କୁ ବାଉଁଶ ରେ ପିଟି ତା ଗୋଡଭାଙ୍ଗିଦେଇଥିବା ଘଟଣା ସମଗ୍ରଅଞ୍ଚଳ ବାସୀଙ୍କୁ ତାଜୁବ କରିଥିଲା।ଭୟରେ ଏହି ବ୍ୟକ୍ତି ଜଣକୁ ପୋଲିସ କେଉଁ ଅଜ୍ଞାତସ୍ଥାନରେ ରଖିଛି ତାହାଜଣାପଡିନାହିଁ।

Leave a Reply

Your email address will not be published. Required fields are marked *