ଆମ ବଡ଼ଚଣା ମହୋତ୍ସବ ୨୦୨୬ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ
ଆମ ବଡ଼ଚଣା ମହୋତ୍ସବ ୨୦୨୬ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ
ବଡ଼ଚଣା:ବଡ଼ଚଣାର କଳା,ସଂସ୍କୃତି,ଐତିହ୍ୟ, ପରମ୍ପରା ଓ ଭାଇଚାରାର ପର୍ବ ଆମ ବଡ଼ଚଣା ମହୋତ୍ସବ ଆସନ୍ତା ଜାନୁଆରୀ ୭ ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ରେ ଉଦ୍ ଯାପିତ ହେବାକୁ ଥିବା ବେଳେ ଆଜି ଆମ ବଡ଼ଚଣା ମହୋତ୍ସବ କମିଟିର ସମ୍ପାଦକ ଦିଲ୍ଲୀପ କୁମାର ଚୌଧୁରୀ ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ମହୋତ୍ସବ ପଡ଼ିଆରେ ପଣ୍ଡିତ ଚିତ୍ତ ରଞ୍ଜନ ଦାସ ଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି ଏହି କାର୍ଯ୍ୟକ୍ରମରେ କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଆମ ବଡ଼ଚଣା ମହୋତ୍ସବ ୭ ଦିନ ଧରି ହେବାକୁ ଥିବା ବେଳେ ଓଡ଼ିଶା ତଥା ଓଡ଼ିଶା ବାହାରୁ ବହୁ ନାମୀ ଦାମୀ କଳାକାର ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି କିଭଳି ଶାନ୍ତି ଶୃଙ୍ଖଳା ସହିତ ସରସ ସୁନ୍ଦର ଆମ ବଡ଼ଚଣା ମହୋତ୍ସବ ହୋଇ ପାରିବ କମିଟିର ସମସ୍ତ ସଦସ୍ୟ ମାନେ ଏଥି ପ୍ରତି ଧ୍ୟାନ ରଖିଛନ୍ତି।
