ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳା

ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ପଞ୍ଚମ ସନ୍ଧ୍ୟା
ଭଦ୍ରକ ବାଣିଜ୍ୟ ମେଳା ଭଦ୍ରକର ଅର୍ଥନୈତିକ ବିକାଶ ଆଣିବା ସଂଗେ ସଂଗେ ସାମଗ୍ରିକ ସମୃଦ୍ଧିରେ ସହାୟକ ହୋଇଛି।

ଭଦ୍ରକ, ୨୯/୧୨ -ଓଡ଼ିଶାର ଐତିହ୍ୟ ଥିଲା ଅତୀତରେ ଓଡ଼ିଆ ପୁଅ ଜାଭା, ସୁମାତ୍ରାକୁ ବାଣିଜ୍ୟ ଯାଇ ତେର ନଈ ସାତ ସମୁଦ୍ର ପାର ହୋଇ କାର୍ତ୍ତିକ ମାସରେ ଦେଶକୁ ଫେରୁଥିଲେ। ସ୍ବାଧୀନତାର ୭୮ବର୍ଷ ପରେ ବିଶ୍ଵ ଦରବାରରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ କର୍ପୋରେଟ କମ୍ପାନୀ ଅକ୍ତିଆର କରିବାରୁ ସାଧାରଣ ଜନତା, ମଧ୍ୟମ, କ୍ଷୁଦ୍ର ବ୍ୟବସାୟୀ ମାନେ ପ୍ରତିଯୋଗୋଗିତା କରି ବାଣିଜ୍ୟ କ୍ଷେତ୍ର ରେ ଅଗ୍ରଗତି କରିବାପାଇଁ ଆସୁ ପଦକ୍ଷେପ ଗ୍ରହଣ କରିଛନ୍ତି।ବାସ୍ତବ ଅବସ୍ଥା କୁ ବିଚାରକୁ ନେବା ବେଳକୁ ବର୍ତ୍ତମାନ ପରିସ୍ଥିତି ରେ ଗରାଖ ମାନେ ମୋବାଇଲ ରେ ସାମଗ୍ରୀ ବୁକ୍ କରୁଛନ୍ତି ଓ ସାମଗ୍ରୀ ତାଙ୍କ ଦୁଆରେ ପହଞ୍ଚି ଯାଉଛି। ବ୍ୟବସାୟ ବର୍ତ୍ତମାନ ଏକଚାଟିଆ ପୁଞ୍ଜିପତି ମାନଙ୍କର ବଳୟ ମଧ୍ୟରେ ରହୁଛି।କ୍ଷୁଦ୍ର ବ୍ୟବସାୟ ଆଜି କ୍ଷତିର ସମ୍ମୁଖୀନ ହେଉଛି।ଜଗତିକରଣର ପ୍ରଭାବ ଯୋଗୁ ବ୍ୟବସାୟୀକରଣ ଫଳରେ ସମଗ୍ର ବିଶ୍ୱ ଏକ ଗ୍ରାମରେ ପରିଣତ ହୋଇପାରିଛି। ଏବେ କ୍ରେତାମାନେ ବିକ୍ରେତାଙ୍କ ପାଖକୁ ଯିବାର ଆବଶ୍ୟକତା ନାହିଁ। ଏବେ ଦ୍ରବ୍ୟ ବିକୁଥିବା ବିକ୍ରେତାମାନେ ଖାଉଟିଙ୍କ ପାଖକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି।ଏଣୁ ଭଦ୍ରକ ବାଣିଜ୍ୟ ମେଳା ଭଦ୍ରକର ଅର୍ଥନୈତିକ ବିକାଶ ଆଣିବା ସଂଗେ ସଂଗେ ସାମଗ୍ରିକ ସମୃଦ୍ଧିରେ ସହାୟକ ହେବ ବୋଲି ଭଦ୍ରକର ସମରାଇପୁର ନାୟାର ପେଟ୍ରୋଲ ପମ୍ପ ନିକଟରେ ଅନୁଷ୍ଠିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟ ମେଳାର ପଞ୍ଚମ ସନ୍ଧ୍ୟାରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ ସଂସ୍ଥା ଓସ୍‌ମେ ଏବଂ ବିବିଏମ୍‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓସମେର ଉପ ସଭାପତି ରାଜେଶ ମିଶ୍ର ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିଲେ। ଏହାପରେ ଓସ୍‌ମେର ଲେଡିଜ୍ ୱିଙ୍ଗ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯିବାପରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଏହାପରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି,ଉତ୍କଳମଣି ଫାଉଣ୍ଡେସନର ଅଧ୍ୟକ୍ଷ ତଥା ନିୟୁଜ ଓଡ଼ିଶାର ନିର୍ଦେଶକ ପ୍ରମୋଦ ରାୟ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଭଦ୍ରକ ବାର ଆସୋସିଏସନର ପ୍ରାକ୍ତନ ସମ୍ପାଦକ ଅଧିବକ୍ତା ଦିବ୍ୟସିଂ ନାୟକ,ଭଦ୍ରକ – ବାଲେଶ୍ୱର ସେଣ୍ଟ୍ରାଲ କୋ ପରେଟିଭ ବ୍ୟାଙ୍କ ଲିମିଟେଡ଼ର ସଭାପତି ଗଣେଶ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଏହି ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଠାରୁ କୌଣସି ଗୁଣରେ କାମ ନୁହେଁ ବୋଲି କହିଥିଲେ। ଏବଂ ଆୟୋଜକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ।ଏହାପରେ ବିବିଏମର ପୃଷ୍ଟପୋଷକ ଶଶି ଶେଖର ବେହେରାଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶେଷରେ ବିବିଏମର ପୃଷ୍ଟପୋଷକ ବସନ୍ତ କୁମାର ରାଉତ ଧନ୍ୟବାଦ ଦେବାପରେ ଜିଲାର ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ତେବେ ଏହି ଜାତୀୟ ସ୍ତରୀୟ ବାଣିଜ୍ୟ ମେଳା ଆସନ୍ତାକାଲି ୩୦ ତାରିଖରେ ବେଶ ଯାକଜମକରେ ଉଦଯାପିତ ହେବ।

Leave a Reply

Your email address will not be published. Required fields are marked *