ଗୋପାଳଜୀଉ ରାଜ୍ୟସ୍ତରୀୟ କ୍ରିକେଟ ଟ୍ରୁର୍ଣ୍ଣାମେଣ୍ଟ

ଗୋପ :- 29/12- ଗୋପ ଗଣେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ଗୋପାଳଜୀଉ ରାଜ୍ୟସ୍ତରୀୟ କ୍ରିକେଟ୍ ଟ୍ରୁର୍ଣ୍ଣାମେଣ୍ଟ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ କଟକ ନିମପୁର କ୍ରିକେଟ କ୍ଳବ ଫାଇନାଲ କୁ ଉତୀର୍ଣ୍ଣ ହୋଇଛି l ଗୋପାଳଜୀଉ ସ୍ପୋର୍ଟସ କ୍ଲବ ଅନୁକୁଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ଗୋପାଳଜୀଉ କ୍ରିକେଟ ଟ୍ରୁର୍ଣ୍ଣାମେଣ୍ଟ ସେମି ଫାଇନାଲ ମ୍ୟାଚ୍ ରେ ଭୁବନେଶ୍ୱର ଆଦିତ୍ୟ କ୍ରିକେଟ କ୍ଲବକୁ 7 ୱିକେଟରେ ହରାଇ କଟକ ନିମପୂର୍ କ୍ରିକେଟ କ୍ଲବ ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍ ଟସ୍ ଜିତି ଆଦିତ୍ୟ କ୍ରିକେଟ କ୍ଲବ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଦିତ୍ୟ କ୍ରିକେଟ କ୍ଲବ ସମସ୍ତ ୱିକେଟ ହରାଇ ମାତ୍ର 85 ରନ କରିଥିଲା। ଦଳ ପକ୍ଷରୁ ସତ୍ୟ ନାରାୟଣ 20 ରନ କରି ଥିଲେ। ନିମପୂର୍ ତରଫରୁ ଆନନ୍ଦ କୁମାର , ବିଜନ ମହାନ୍ତି ଓ ସଞ୍ଜୟ ଲେଙ୍କା 2 ଟି ଲେଖା ୱିକେଟ ନେଇଥିଲେ l ଜବାବରେ ନିମପୁର 13 ଓଭରରେ 3 ୱିକେଟ ହରାଇ 87 ରନ କରି 7 ୱିକେଟ ରେ ମ୍ୟାଚ୍ ଜିତି ଫାଇନାଲ ରେ ପ୍ରବେଶ କରିଛି। ଦଳ ପକ୍ଷରୁ ଆକାଶ ପ୍ରଧାନ 13 ରନ ଓ ସଞ୍ଜୟ ଲେଙ୍କା 15 ରନ କରିଥିଲେ। ଆଦିତ୍ୟ କ୍ରିକେଟ କ୍ଳବ ତରଫରୁ ଗୌରବ ମହାପାତ୍ର 2 ଟି ୱିକେଟ ନେଇ ଥିଲେ। ଆନନ୍ଦ କୁମାର ଙ୍କୁ ମାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ ପୂର୍ବତନ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମ୍ୟାଚ୍ ପରିଚାଳନା କରିଥିଲେ ଅମ୍ପୟାର ଦେବେନ୍ଦ୍ର ନାଥ ମିଶ୍ର ଓ ସତ୍ୟ ସାଗର ଦାଶ। ଆସନ୍ତା 4 ତାରିଖ ରବିବାର ଦିନ ଫାଇନାଲ ମ୍ୟାଚ ରେ କଟକର ନିମପୁର ଓ ସୋଲାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେଵ।

Leave a Reply

Your email address will not be published. Required fields are marked *