ପବିତ୍ର ଶାମ୍ବଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା
ପବିତ୍ର ଶାମ୍ବଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା
କୋଣାର୍କ – ପବିତ୍ର ପୌଷ ମାସ ଶୁକ୍ଳ ପକ୍ଷ ଶାମ୍ବଦଶମୀରେ ଚନ୍ଦ୍ରଭାଗା ଠାରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହେବା ସହ ପ୍ରତ୍ୟୁଷରେ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୁର୍ଜ୍ୟୋଦୟ ଦର୍ଶନ କରିବା ସହ ଶ୍ରଦ୍ଧାଳୁ ମାନେ କୋଣାର୍କ ରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟରଥ ଯାତ୍ରାରେ ସାମିଲ ହୋଇ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରଥ ଟାଣିଛନ୍ତି । ନିଜ ପରିବାରକୁ ବ୍ୟାଧି ମୁକ୍ତ ରଖିବା ପାଇଁ ପ୍ରାତଃ ସୂର୍ଯ୍ୟ , ମଧ୍ୟାହ୍ନ ସୂର୍ଯ୍ୟ ଓ ଅପରାହ୍ନ ସୂର୍ଯ୍ୟ ଦେବତା ଙ୍କ ଉଦେଶ୍ୟ ରେ ସକାଳେ କାକରା , ପୋଡା ପିଠା , ମଧ୍ୟାହ୍ନରେ ଅନ୍ନ ଖିରୀ ଭୋଗ ଓ ଅପରାହ୍ନ ରେ ବଜ୍ର ମହାକାଳ ଙ୍କ ଉଦେଶ୍ୟ ରେ ଅମିଶ ଭୋଗ କରିଥାନ୍ତି। ଏହି ଅବସରରେ ସ୍ଥାନୀୟ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଅଛି । ଏହି ରଥ 27 ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହି 27 ନକ୍ଷତ୍ରରେ ପୂଜାର୍ଚନା କରାଯାଇ ମଘ ସପ୍ତମିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ପବିତ୍ର ଶାମ୍ବ ଦଶମୀ ଅବସରରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ତ୍ରିଦିବସୀୟ ବିଶ୍ଵ କଲ୍ୟାଣ ସୌର ମହାଯଜ୍ଞ କୋଣାର୍କ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଟିତ ହୋଇଯାଇଛି । ସୂର୍ଯ୍ୟ ପୂଜା ଓ ବିଶ୍ୱ କଲ୍ୟାଣ ସୌର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣାହୁତି ଅବସରରେ ଶତାଧିକ ହିନ୍ଦୁ ଶ୍ରଦ୍ଧାଳୁ ଘଣ୍ଟ ଘଣ୍ଟା, ସଙ୍କୀର୍ତ୍ତନ ରେ ନୃତ୍ୟ ଗୀତ କରି ସୂର୍ଯ୍ୟ ମନ୍ଦିର ପରିକ୍ରମା କରିଥିଲେ। ଯାହା ଫଳରେ ସୂର୍ଯ୍ୟ ମନ୍ଦିର ଆଧ୍ୟାତ୍ମିକ ପରିବେଶରେ କମ୍ପି ଥିଲା। ଦୂର ଦୁରାନ୍ତର ପର୍ଯ୍ୟଟକ ମାନେ ମଧ୍ୟ ଏଥିରେ ସାମିଲ ହୋଈ ମହାପ୍ରଭୁଙ୍କ କୃପା ଲାଭ କରିଥିଲେ।
