ପ୍ରମୁଖ ଶାସନ ସଚିବ ଙ୍କ ଜଗତସିଂହପୁର ଗସ୍ତ
*ପ୍ରମୁଖ ଶାସନ ସଚିବ ଙ୍କ ଜଗତସିଂହପୁର ଗସ୍ତ
ଦିନିକିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ମାନବ ସମ୍ବଳ ବିଭାଗର ପ୍ରମୁଖ ଶାସନ ସଚିବ ଏନ ବି ଏସ ରାଜପୁତ ଆସି ଜିଲ୍ଲାର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକ ବୁଲି ଦେଖିଛନ୍ତି ।ବାଲିକୁଦା ସ୍ଥିତ ଅଟଳ ବସଷ୍ଟାଣ୍ଡ ବୁଲି ଦେଖିବା ପରେ ଏହି ବସଷ୍ଟାଣ୍ଡକୁ ଖୁବ ଶୀଘ୍ର ଏହାକୁ ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଥିଲେ ।ପରେ ପାରାଦ୍ବୀପ ଗ୍ରସ୍ତରେ ଯାଇ ପାରାଦ୍ବୀପ ସମୁଦ୍ର ବେଳାଭୂମି, ଆଦିବାସୀ ଛାତ୍ରୀ ନିବାସ ବୁଲି ଦେଖିଥିଲେ ।ପରେ ମଣିଜଙ୍ଗା ସ୍ଥିତ ମେଗା ପାଇପ ୱାଟର ସପ୍ଲାଏ ପ୍ରକଳ୍ପ,ଅଙ୍ଗନବାଡି ସେଣ୍ଟର,ବୟନ ଗ୍ରାମ ଆଦି ବୁଲି ଦେଖିବା ସହିତ ସମୀକ୍ଷା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲାପାଳ ଜେ ସୋନାଲ,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦେଶକ ରବିନାରାୟଣ ଜେଟି,ଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜ୍ୟୋତି ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
