ଆକାଂକ୍ଷୀ ବ୍ଲକର ଆକାଂକ୍ଷା ପୂରଣ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସହ ସମୀକ୍ଷା କଲେ ମନ୍ତ୍ରୀ

ଆକାଂକ୍ଷୀ ବ୍ଲକର ଆକାଂକ୍ଷା ପୂରଣ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସହ ସମୀକ୍ଷା କଲେ ମନ୍ତ୍ରୀ।
-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଆକାଂକ୍ଷୀ ବ୍ଲକର ଆକାଂକ୍ଷା ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ସହିତ ଏହାର ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। କଙ୍କଡ଼ାହାଡ଼ ବାଟଗାଁରେ ଆଦିସେବା କେନ୍ଦ୍ର ପରିଦର୍ଶନ, ଉର୍ବେଙ୍ଗୀରେ APC କ୍ଲଷ୍ଟର,କଙ୍କଡ଼ାହାଡ଼ରେ ପୂର୍ତ୍ତ ବିଭାଗ ବଙ୍ଗଳା, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଛି। ଆଗାମୀ ଦୁଇ ବର୍ଷ ଭିତରେ କଙ୍କଡ଼ାହାଡ଼ ବ୍ଲକକୁ ରାଜ୍ୟର ଅନ୍ୟ ବ୍ଲକ ଭଳି ଏକ ବିକଶିତ ବ୍ଲକ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ। ଲୋକଙ୍କ ସରକାରରେ ବିକଶିତ ହେବାକୁ ଯାଉଛି ଆକାଂକ୍ଷୀ କଙ୍କଡ଼ାହାଡ଼ ବ୍ଲକ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଜିଲ୍ଲା ସଭାପତି ରାସବିହାରୀ ବେହେରା, ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ପୂର୍ବ ତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକା ସାହୁ, ମଣ୍ଡଳ ସଭାପତି ଶୁଭେନ୍ଦୁ ପାଳ, ସମସ୍ତ ଦଳୀୟ କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କଙ୍କଡ଼ାହାଡ଼ ବ୍ଲକ ପରିସର ଭିତରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ପାଇଁ ଦଧିଶ୍ଵରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ୬ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟା ମଧ୍ୟ ବଣ୍ଟନ କରା ଯାଇ ଥିଲା।

Leave a Reply

Your email address will not be published. Required fields are marked *