ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ରଙ୍ଗମହଲରେ ଯାଜପୁର ଜିଲ୍ଲାର ଉଦୀୟମାନ କଳାକୃତି
ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ରଙ୍ଗମହଲରେ ଯାଜପୁର ଜିଲ୍ଲାର ଉଦୀୟମାନ କଳାକୃତି
ବଡ଼ଚଣା : ଚଣ୍ଡିଖୋଲ ଧାନମଣ୍ଡଳ ସ୍ଥିତ ଉଦୀୟମାନ କଳା ପରିଷଦର ଓଡ଼ିଶୀ ନୃତ୍ୟାଭିନୟ ଚଳିତ ବର୍ଷ ୭୮ ତମ ବିଶ୍ବ ପ୍ରସିଦ୍ଧ ଥଯାତ୍ରାରେ ଦେଖିବାକୁ ମିଳୁଥିଲା । କଳାକାର ମାନେ ପ୍ରଥମେ ଗୋପପୁର ନନ୍ଦ ରାଜାଙ୍କ ଦରବାରରେ କଳା ବତୀ ରାଗ ଉପରେ ଆଧାରିତ ସଂଙ୍ଗିନୀରେ ଚାହାଁ ବେଣୁ ପାଣିକି ନୃତ୍ୟାଭିନୟ କରି ନନ୍ଦ ରାଜା ଓ ଗୋପାଳପୁର ବାସୀଙ୍କୁ ମନ ଆଣିଥିବାରୁ ନନ୍ଦ ରାଜା ନୃତ୍ୟ ଗୀତରେ ପ୍ରୀତ ହୋଇ ୧୦ ହଜାର ଟଙ୍କା ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପରେ ପରେ ମଥୁରା ନଗରୀ ରଂଗ ମହଲ ଓ ରାଜ ଦରବାର ରେ ଶିବ ପଞ୍ଚକ ନୃତ୍ୟ ପରିବେଷଣ କରି କଂସ ମହାରାଜଙ୍କ ସମେତ ମନ୍ତ୍ରୀ ପରିଷଦକୁ ଖୁସି କରାଇ ଥିଲେ ନୃତ୍ୟରେ ମୁଗ୍ଧ ହୋଇ ମଥୁରାଧୀସ ନୃତ୍ୟଶିଳ୍ପୀ ମାନଙ୍କୁ ମାନପତ୍ର ,ଉତ୍ତରୀ ଏବଂ ୨୦ ହଜାର ଟଙ୍କା ଅର୍ଥରାଶି ପୁରସ୍କୃତ କରିଥିଲେ । ନୃତ୍ୟ ଗୁରୁ ଆଶିଷ କୁମାର ପାଢୀଙ୍ଖ ନୃତ୍ୟ ନିର୍ଦ୍ଦେଶନାରେ ଶିଳ୍ପୀ ସଂନ୍ଦିପ୍ ସାହା ନୃତ୍ୟାଙ୍ଗନା କିରଣବାଳା ଦାସ, ନମ୍ରତା ପୃଷ୍ଟି, ପ୍ରୀୟାସିଂ ପ୍ରୀୟଦର୍ଶିନୀ ପ୍ରଧାନ,ଗୁଡୁଲି ଦେହୁରୀ, ଅଙ୍କିତା ନାୟକ, ଶ୍ରୀୟା ନାୟକ ଉଚ୍ଚକୋଟୀର ନୃତ୍ୟ ପ୍ରଦର୍ଶନ କରୁଥିଲେ । ଉଦୀୟମାନ କଳା ପରିଷଦ ଦିର୍ଘ ୨୪ ବର୍ଷ ଧରି ଜିଲ୍ଲା ଓ ଜିଲ୍ଲା ବାହାରେ ବିଭନ୍ନ ମଞ୍ଚରେ ଲୁକ୍କାୟିତ ପ୍ରତିଭାଙ୍କ ପ୍ରତିଭାକୁ ଅନ୍ବେଷଣ କରୁଥିବା ସହିତ ବଡ଼ଚଣା ନାମକୁ କୋଣ ଅନୁକୋଣରେ ପରିଚିତ କରୁଥିବା ନେଇ ପରିଷଦର ପ୍ରତିଷ୍ଠାତା କଳାର ପୁଜାରୀ ଅନିଲ କୁମାର ଦାସଙ୍କୁ ସାଧାରଣରେ ପ୍ରଶଂସା କରିଛନ୍ତି ।
