ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସ୍ବାଗତ କରିଥିଲେ। ସେବାୟତମାନେ ମୁଖ୍ୟ ଶାସନନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ ସଚିବ ଅନୁ ଗର୍ଗଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ବାଗତ କରିଥିଲେ। ସେ ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିଭିନ୍ନ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ତେବେ ଦର୍ଶନ ସାରି ଫେରିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଆନନ୍ଦ ଅନୁଭବ କରୁଛି। ଓଡ଼ିଶା ବାସୀଙ୍କ ସେବା ଏବଂ ରାଜ୍ୟର ଉନ୍ନତି ମୋର ମୁଖ୍ୟ ଲକ୍ଷ୍ୟ ରହିବ। ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ମିଳିବା ମୋ ପାଇଁ ଏକ ବଡ଼ ସୁଯୋଗ। ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ମୁଁ ଆଜି ପୂଜାର୍ଚ୍ଚନା କଲି। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି। ଏହାକୁ ନେଇ ଏକ ଭିଜନ ପ୍ରସ୍ତୁତ ହୋଇଥିବା ବେଳେ ସେ ଦିଗରେ ଆମେ କାର୍ଯ୍ୟ କରିବୁ। ୨୦୩୬ ମସିହା ଭିଜନକୁ କିଭଳି ସଫଳତାର ସହ ହାସଲ କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବି‌। ଓଡ଼ିଶାରେ ସୁଶାସନ, ମହିଳା ସଶକ୍ତିକରଣ, ସଠିକ୍ ବିପର୍ଯ୍ୟୟ ପରିଚାଳନା କରିବା ନେଇ ଆମର ଲକ୍ଷ୍ୟ ରହିଛି। ଓଡ଼ିଶାକୁ ଅଧିକରୁ ଅଧିକ କିଭଳି ଶିଳ୍ପ ଆସିବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ ସେ ଦିଗରେ ସରକାରଙ୍କ ଲକ୍ଷ୍ୟ ଥିବାବେଳେ ମୋର ମଧ୍ୟ ପ୍ରଚେଷ୍ଟା ରହିବ ବୋଲି ନବନିଯୁକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି

ବାଇଟ- ଅନୁ ଗର୍ଗ, ମୁଖ୍ୟ ଶାସନସଚିବ

Leave a Reply

Your email address will not be published. Required fields are marked *