ଇଂରାଜୀ ନବବର୍ଷରେ ପ୍ରଭୁ ଗୋରେଖନାଥ ଙ୍କୁ ଦର୍ଶନ କଲେ ୩୦ଜଜାରୁ ଉର୍ଦ୍ଧ ଭକ୍ତ
ଇଂରାଜୀ ନବବର୍ଷରେ ପ୍ରଭୁ ଗୋରେଖନାଥ ଙ୍କୁ ଦର୍ଶନ କଲେ ୩୦ଜଜାରୁ ଉର୍ଦ୍ଧ ଭକ୍ତ।
ରଘୁନାଥପୁର ତା ୧/୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ଙ୍କୁ ଇଂରାଜୀ ନବବର୍ଷ ଉପଲକ୍ଷେ ଦର୍ଶନ କଲେ ୩୦ ହଜାର ରୁ ଉର୍ଦ୍ଧ ଭକ୍ତ।

ପ୍ରଭୁଙ୍କ ର ସକାଳ ନିତିକାନ୍ତିପରେ ପିଠମଧ୍ୟକୁ ଭକ୍ତଙ୍କ ଆଗମନ ହୋଇଥିଲା।ସକାଳେ ଘନକୁହୁଡିପାଇଁ ଭକ୍ତଙ୍କସଂଖ୍ୟା କମରହିଥିଲେ ବି ସକାଳ ୧୦ଟାପରେ ପିଠମଧ୍ୟରେ ପ୍ରବଳଭିଡ ପରିଲିଖିତ ହୋଇଥିଲା।ତେବେ ଆଇନସୣଙ୍ଖଳା ପାଇଁ ମାଜିଷ୍ଟ୍ରେଟ ଭାବେ ତିର୍ତ୍ତୋଲ ଅତିରିକ୍ତ ତହସିଲଦାର କଳ୍ପନା ନାୟକ ଉପସ୍ଥିତ ଥିଲେ ମଧ୍ୟ ତିର୍ତୋଲ ପୋଲିସ ପକ୍ଷରୁ ଅଧିକ ପୋଲିସ ମୣତୟନ ନଥିବାରୁ ପିଠବାହାରେ ପ୍ରବଳ ଟ୍ରାଫିକ ସମସ୍ୟା ଦେଖା ଦେବା ସହ ୫ /୬ ଜଣ ଭକ୍ତଙ୍କ ମନିପର୍ସ ଓ ମୋବାଇଲ ଚୋରି ହୋଇଥିଲା।ଯାହାକୁନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତକରିଥିବା ଦେଖିବାକୁ ମିଳିଥିଲା।ସେହି ପରି ରଘୁନାଥପୁର ପଞ୍ଚାୟତ କୋରକୋରାସ୍ଥିତ ପ୍ରଶିଦ୍ଧ ଶୈବପିଠ ପ୍ରଭୁ ରୁଦ୍ରେଶ୍ବର ମହାଦେବ ଙ୍କ ପିଠରେ ଦିନତମାମ ଭକ୍ତଙ୍କ ପ୍ରବଳଭିଡ ଲାଗିରହିଥିଲା।
