ନୀଳଗିରି ସାଇଁ
ଶୀର୍ଷକ -ନୀଳଗିରି ସାଇଁ
ରୀତାରାଣୀ ଦାଶ
ବାଲେଶ୍ୱର
ଶାନ୍ତ ଓ ସବୁଜ ନୀଳ ପର୍ବତରେ
ବିଜେ ଜଗତର ସାଇଁ
ଦିବ୍ୟ ଦୃଶ୍ୟ ମାନ ପ୍ରେମର ସହିତ
ବିଶ୍ୱକୁ ନିରେଖି ସେହି
ଭକ୍ତ ବାନ୍ଧବ ଶ୍ରୀହରି,
ନୀଳ କନ୍ଦରରେ ନୀଳାଦ୍ରି ବିହାରୀ
ବସିଛନ୍ତି ଚକ୍ରଧାରୀ |
ବିସ୍ତାରିତ ତାଙ୍କ ଦୟାଳୁ ହୃଦୟେ
ଦୟାଦ୍ର ହୃଦୟେ ପ୍ରଭୁ
ସଭିଁଙ୍କୁ ଦେଖନ୍ତି ସଭିଁଙ୍କୁ ଖୋଜନ୍ତି
ଅସୀମ କୃପାରେ ବିଭୁ
ପରଂବ୍ରହ୍ମ ଜଗଦୀଶ,
ଫୁଲର ସୁଗନ୍ଧ ମହକେ ଯେପରି
ଭକ୍ତର ମହକ ଉତ୍ସ |
ନୀଳଗିରି ହୁଏ ପ୍ରତିଧ୍ୱନିତ ଯେ
ନୀଳଗିରି ସାଇଁ ନାମେ
ଆହେ ଜଗନ୍ନାଥ ନୀଳ ପର୍ବତର
ବଡଠାକୁର ଯେ ତୁମେ
ସୃଷ୍ଟି ସ୍ଥିତି ପ୍ରଳୟର,
ରକ୍ଷକ ଭକ୍ଷକ ଅରାତି ଦମନ
ତୁମେ ପ୍ରଭୁ ଚକ୍ରଧର |
ବିଶ୍ୱର ହିତରେ ବିଶ୍ୱରୂପ ଧରି
ନିଭାଉଛ ତୁମ ଲୀଳା
ହେ ମହାନାୟକ ନୀଳାଦ୍ରି ବିହାରୀ
ଅଦ୍ଭୁତ ତୁମର କଳା
ପତିତପାବନ ହରି,
ରକ୍ଷାକର ଆଜି ପତିତ ଉଦ୍ଧାରି
ପତିତ ଯାଉଛି ମରି |
