ଆଶ୍ବାଶ ଭବନ ର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

କାମାକ୍ଷାନଗର ବ୍ଲକ ଗୋଦରିବିଲି ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଆଶ୍ୱାସ ଭବନ କୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ l ଏହି ଉଦଘାଟନ କାମାକ୍ଷାନଗର ର ବିଧାୟକ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୁତିଭୂଷଣ ପ୍ରଧାନ, ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଅଭିନଵ ସୋନକର, ସ୍ୱିଜରଲାଣ୍ଡ ରୁ ବାସଏଡ଼ ର ପ୍ରତିନିଧି ଶଶାଙ୍କ ମହାନ୍ତି, ଟ୍ରଷ୍ଟି ଦୀପକ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ l ଢେଙ୍କାନାଳ ର ଅନ୍ୟତମ ପ୍ରମୁଖ ଏନଜିଓ ଶୋଭା ଅନୁଷ୍ଠାନ ତରଫରୁ ପରିଚାଳନା କରାଯିବାକୁ ଥିବା ଏହି ଆଶ୍ୱାସ ଭବନ ରେ ବିଶେଷ ଭାବେ ସ୍ୱାସ୍ଥ୍ୟସେବା କୁ ପ୍ରାଧାନ୍ୟ ଦିଆଯିବ l ଥେରାପିକ ଚିକିତ୍ସା ମାଧ୍ୟମରେ କିପରି ଗରିବ ଓ ସାଧାରଣ ଲୋକ ଙ୍କୁ ସୁବିଧା ରେ ପାରାଲିସିସ ଓ ମେରୁଦଣ୍ଡ ସମସ୍ୟା ଜନିତ ରୋଗ ର ପ୍ରତିଷେଧକ ବ୍ୟବସ୍ଥା କରାଯିବା ସହ ଚିକିତ୍ସା କରାଯିବ ସେ ନେଇ ଏହି ଭବନ ର ଉଦଘାଟନ ହୋଇଛି l

Leave a Reply

Your email address will not be published. Required fields are marked *