ଚାଷୀମାନଙ୍କୁ ଧାନସଂଗ୍ରହ ଦେୟ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନବିଭାଗ ପକ୍ଷରୁ ଚାଷୀମାନଙ୍କ ସହ ନିରନ୍ତର ଯୋଗାଯୋଗ

ଭୁବନେଶ୍ୱର ୩/୦୧/୨୦୨୬ବର୍ତ୍ତମାନ ରାଜ୍ୟର ୧୮ଟି ଜିଲ୍ଲାରେ ଧାନସଂଗ୍ରହ ଜାରି ରହିଛି । ଏ ପର୍ଯ୍ୟନ୍ତ ଦୁଇ ଲକ୍ଷ ୭୧ ହଜାର ୩୧୮ ଜଣ ଚାଷୀ ମଣ୍ଡିରେ ଧାନବିକ୍ରୟ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୮୫ ହଜାର ୮୨୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରୟ ରାଶି ପ୍ରଦାନ କରାଯାଇଛି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଏହି ଅର୍ଥରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏ ପର୍ଯ୍ୟନ୍ତ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୨୨୪୭ କୋଟି ୫୨ ଲକ୍ଷ ଟଙ୍କା ଏବଂ ଇନ୍‌ପୁଟ ସହାୟତା ରାଶି ଭାବେ ୬୯୩ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।ଚାଷୀମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ ପାଇଁ ଆଧାରସଂଯୁକ୍ତ ଦେୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ଅଟୋମେସନ୍‌ ସିଷ୍ଟମ୍‌ ସହ ସଂଯୁକ୍ତ ପ୍ରକୃତ ଚାଷୀମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ କରାଯିବା ସହ ଏ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ଏ ପର୍ଯ୍ୟନ୍ତ ମାତ୍ର ଏକ ପ୍ରତିଶତରୁ କମ୍‌ ଚାଷୀଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନରେ ବିଳମ୍ବ ହୋଇଛି । ସଂପୃକ୍ତ ଚାଷୀମାନଙ୍କ ଆକାଉଣ୍ଟ ବନ୍ଦ ରହିବା, ଆଧାର ସଂଯୁକ୍ତ ନହେବା, କେୱାସି ନ କରିବା ଏବଂ ସର୍ବାଧିକ ନେଣଦେଣ ଇତ୍ୟାଦି କାରଣ ଦେୟ ପ୍ରଦାନ ବିଳମ୍ବର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି ।ଏ ସଂପର୍କରେ ଜଣାପଡ଼ିଲେ ଚାଷୀମାନଙ୍କୁ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଯୋଗାଯୋଗ କରାଯାଉଛି । ଏତଦ୍‌ବ୍ୟତୀତ ଜିଲ୍ଲାସ୍ତରରେ ମଧ୍ୟ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସଂପୃକ୍ତ ଚାଷୀମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଇ ସେମାନଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନ ସୁନିଶ୍ଚିତ କରାଯାଉଛି । ଏଥି ସହ ଆବଶ୍ୟକ ସ୍ଥଳେ ଦେୟମୁକ୍ତ ୧୯୬୭ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *