ଧରାକୋଟ କଲେଜ ର ବାର୍ଷିକ ଉତ୍ସବ
ଧରାକୋଟ,6/1/26ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ଏହାକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସି ହେଚ ଏସ ଇ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ, ମୁଖ୍ୟ ବକ୍ତା ଭାବେ ଉପ ସଚିବ ପ୍ରଦୀପ୍ତ କୁମାର ସା,ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଧାନ ଟୁଲି ଆମା,ବି ଡି ଓ ସଂଗ୍ରାମ କେଶରୀ ଜେନା, ତହସିଲଦାର ଲମ୍ବୋଦର ମାରାଣ୍ଡି, ପି ସି ଏମ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା, ସି ଆର ସି ସି ଜଗନ୍ନାଥ ପଢ଼ିହାରି ପ୍ରମୁଖ ଉପସ୍ଥିତ ରହିଥିଲେ। ଅଧ୍ୟାପକ ବଳରାମ ସ୍ୱାଇଁ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ରାଜଶ୍ରୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅତିଥିମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା,ଚରିତ୍ର ଗଠନ, ଅଧ୍ୟବସାୟୀ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ଖିରାବ୍ଦି ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅସାଞ୍ଜଳି ଦଳାଇ, ସୁଶ୍ରୀ ସୁଭସ୍ମିତା ନାୟକ, ପୂର୍ଣ୍ଣ ଚନ୍ଦ୍ର ଦାସ,ଗୋପାଳ କୃଷ୍ଣ ପଣ୍ଡା, ସନ୍ଦୀପ ପଟନାୟକ,ଦିଲିପ ମହାନ୍ତି,ଅଶୋକ ଦାସ ହୃଷୀକେଶ ବେହେରା ଓ କୁଷ ନାୟକ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଧରାକୋଟ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
