ବିଦ୍ୟାଳୟରେ ବାର୍ଷିକୋତ୍ସବ

ବିଦ୍ୟାଳୟରେ ବାର୍ଷିକୋତ୍ସବ

କାକଟପୁର,୦୭.୦୧- କାକଟପୁରରେ ୧୯୪୫ ମସିହାରୁ ଦୀର୍ଘ ୮୨ ବର୍ଷ ଧରି ଶିକ୍ଷା ଦାନ କ୍ଷେତ୍ରରେ ପ୍ରତିଷ୍ଠିତ ସ୍କୁଲ୍ ଭାବେ ପରିଚିତ ପିଏମ ଶ୍ରୀ କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଅପରାହ୍ନରେ ବାର୍ଷିକୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀକାନ୍ତ କୁମାର ସ୍ବାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେ ଶ୍ରୀଯୁକ୍ତ ଜ୍ୟୋତିରଂଜନ ମିଶ୍ର, ସ୍ବତନ୍ତ୍ର ସଚିବ,ଶିଳ୍ପ ବିଭାଗ, ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଜେନା, ବିତ୍ତ ଅଧିକାରୀ,ଜିଲ୍ଲା ପ୍ରକଳ୍ପ ଅଧିକାରୀ,ପୁରୀ, ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ କାଣ୍ଡି, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ, କାକଟପୁର, ବିଜେପି ନେତା ରତିକାନ୍ତ ବେହେରା, ସରପଞ୍ଚ ଅଭୟ ସେଠୀ, ପରିଚାଳନା କମିଟି ସଭାନେତ୍ରୀ ରୀନା ଲତା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ମଞ୍ଚ ସଂଯୋଜନା ଶିକ୍ଷକ ପ୍ରତାପ ରାଉତ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ କରିଥିଲେ ଶିକ୍ଷୟତ୍ରୀ ସରୋଜିନୀ ହାଁସଦା। ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ସାହିତ୍ୟ ସୃଜନ, ବିଜ୍ଞାନ, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସହ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *