ଦୁଇ ଶିକ୍ଷକ ତଥା କବି ଙ୍କୁ ମିଳିଲା ଡକ୍ଟରରେଟ୍ ସମ୍ମାନ
ଦୁଇ ଶିକ୍ଷକ ତଥା କବି ଙ୍କୁ ମିଳିଲା ଡକ୍ଟରରେଟ୍ ସମ୍ମାନ
କାକଟପୁର – କାକଟପୁର ବ୍ଲକ ଅଞ୍ଚଳରେ ଦୁଇ ଜଣ ବିଶିଷ୍ଟ କବି ତଥା ଶିକ୍ଷକ ହୃଦାନନ୍ଦ ସାସମଲ ଓ ତ୍ରିଲୋଚନ ବିଶ୍ଵାଳଙ୍କୁ ସମ୍ମାନ ଜନକ ଡକ୍ଟରରେଟ୍ ଉପାଧି ମିଳିଛି। ଗଞ୍ଜାମ କଳା ବିକାଶ ପରିଷଦ ପକ୍ଷରୁ ବ୍ରହ୍ମପୁର ରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଉଭୟଙ୍କୁ ସମ୍ମାନିତ କରାଯାଇଥିଲା। ଆଧୁନିକ ସଭ୍ୟତାର ପ୍ରଭାବରେ ପ୍ରଭାବିତ ଓଡ଼ିଆ ଭାଷାକୁ ଋଦ୍ଧିମନ୍ତ କରୁଥିବା, କେତେକ ଯୁବ ଲେଖକଙ୍କ ଲେଖନୀକୁ ସାଣିତ କରିବା ଓ ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ରଖି ଗଞ୍ଜାମ କଳା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଉତ୍ସବରେ ଶିକ୍ଷକ ନେତା, ଜଣେ କବି ଓ ସହୃଦୟ ବ୍ୟକ୍ତିତ୍ଵ ଭାବେ ପରିଚିତ ହୃଦାନନ୍ଦ ସାସମଲ ଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ସେହିପରି ଭାବେ ଶିକ୍ଷକ ତଥା କବି ତ୍ରିଲୋଚନ ବିଶ୍ଵାଳଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ଶ୍ରୀ ବିଶ୍ଵାଳ କାକଟପୁର ବ୍ଳକ ଶିକ୍ଷା ବିଭାଗ ଅନ୍ତର୍ଗତ ଓଥକା ଈଉଜି ଇଉପି ନୋଡାଲ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଟନ୍ତି। ଏହି ସମ୍ମାନ ସର୍ବଦା ଓଡ଼ିଆ ଭାଷାର ସମୃଦ୍ଧି କରିବା ପାଇଁଁ ଚେଷ୍ଟିତ ଓ୍ବାଲଡ୍ ଚ୍ୟାରେଟେବୁଲ ଫାଉଣ୍ଡେସନ ଟ୍ରଷ୍ଟର କାର୍ଯ୍ୟକୁ ବିଶ୍ଵ ଓଡ଼ିଆଙ୍କ ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି ଶିକ୍ଷାବିତ୍ ମାନେ ଆଶା ପ୍ରକଟ କରିଛନ୍ତି।
