ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ

ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନ; ଚିଲିକାରେ ପ୍ରବାସୀ ପକ୍ଷୀ ସମାଗମ ଓ ନୌକା ଦୌଡ଼ର ରୋମାଞ୍ଚଭୁବନେଶ୍ୱର, ତା. ୦୭/୦୧/୨୦୨୬ : ଆଜି ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନରେ ପକ୍ଷୀ ଦର୍ଶନ, ସ୍ଥାନୀୟ ଲୋକମାନଙ୍କର ସକ୍ରିୟ ସହଭାଗିତା ଓ ପାରମ୍ପରିକ ନୌକା ଦୌଡ଼ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ସହ ପର୍ଯ୍ୟଟନର ବିକାଶ କରିବା ହେଉଛି ଓଡ଼ିଶା ସରକାରଙ୍କ ମୁଖ୍ୟ ଦୃଷ୍ଟିକୋଣ। ଏହି ମହୋତ୍ସବ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କ ସହାଭାଗିତାରେ ଆୟୋଜନ କରାଯାଉଛି।

ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ମାଧ୍ୟମରେ ଚିଲିକାକୁ ପ୍ରାକୃତିକ ପର୍ଯ୍ୟଟନ, ପକ୍ଷୀ ସଂରକ୍ଷଣ ଓ ସ୍ଥାନୀୟ ଜୀବନଜୀବିକାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି।ମହୋତ୍ସବ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ସହ ଓଡ଼ିଶାର ପର୍ଯ୍ୟଟନକୁ ଆହୁରି ଲୋକାଦୃତ ମିଳିପାରୁଛି।ଉଲ୍ଲେଖଯୋଗ୍ୟ ଯେ, ମହୋତ୍ସବର ତୃତୀୟ ଦିନରେ ପକ୍ଷୀ ସଂରକ୍ଷଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, ସ୍ଥାନୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଅଲିଭା ଅଭିଲିପ୍ସାଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *