ପୁରୀରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସଂନ୍ଧ୍ୟା
୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରଶାନ୍ତି ନୃତ୍ୟସଂଗୀତ ପରିଷଦ, ପୁରୀ ପକ୍ଷରୁ ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା ।ପରେପରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଟ୍ରଷ୍ଟର ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆଲୋଚନା ଓ କବିତା ପାଠ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡକ୍ଟର ଅଭିମନ୍ୟୁ ଭୂୟାଁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ ସୁଲଭ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ‘କର ପର ଉପକାର ‘ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବସୁନ୍ଦର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ମନୋଜ୍ଞ କବିତାପାଠକୁ ସଂଯୋଜନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ ଏବଂ ‘ଦିବ୍ୟଦର୍ଶନ’ ସମ୍ପାଦିକା ପ୍ରବାସିନୀ ମିଶ୍ର। ସଭାକାର୍ଯ୍ୟରେ ସହଯୋଗ କରିଥିଲେ ଯୋଗେନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, ସୁକାନ୍ତି ମିଶ୍ର, ରଶ୍ମି ରେଖା ସାମନ୍ତରାୟ, ମୀରା ମହାନ୍ତି , ରଚିତା ରାଉତରାୟ, ମିନତି ମିଶ୍ର, ଅନନ୍ତ ପ୍ରଧାନ, ଅଭିମନ୍ୟୁ ଗୁରୁ, ଚାରୁଲତା ମିଶ୍ର, ରଶ୍ମି ବେହେରା, ରୋଜାଲିନ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।
