ମୃତ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

କୋଣାର୍କ – ପ୍ରମେୟ ନିଉଜ ସେଭେନ୍ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ ନେଇ ସାରା ରାଜ୍ୟରେ ଶୋକ ପ୍ରକାଶ କରାଯାଇଛି। ଏନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଗୋପ କୋଣାର୍କ ସାମ୍ବାଦିକ ବନ୍ଧୁ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର ଅମର ଆତ୍ମାର ସଦଗତି କାମନା କରି ମହମବତୀ ଜଳାଇବା ସହ ସାମ୍ବାଦିକ ମାନେ ଗଭୀର ଶୋକ ପ୍ରକାଶ କରିଥିଲେ। ସାମ୍ବାଦିକ ସୁରକ୍ଷା ଆଇନ୍ କରାଯାଇ ତାଙ୍କ ପରିବାର ବର୍ଗଙ୍କୁ ସାହାର୍ଯ୍ୟ ସହଯୋଗ ପ୍ରଦାନ କରିବାକୁ ଦାବି କରାଯାଇଛି। ଏଥି ସହିତ ଜାତୀୟ ରାଜପଥ ବିଭାଗ ଓ ରାଜ୍ୱସ ବିଭାଗର ଖାମଖିଆଲି ଓ ଅପାରଗତା ହେତୁ ରାଜ ରାସ୍ତାରେ ବାଲି ମାଫିଆ ମାନଙ୍କ ଦ୍ଵାରା ବାଲି ଜମା ହେଇଥିଲା। ଯାହା ଫଳରେ ଦୁର୍ଘଟଣା ଘଟିଥିଲା। ତେଣୁ ସବୁ ଦୃଷ୍ଟିରୁ ରାଜ୍ୟ ସରକାର ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ମାନେ ଦାବି କରିଛନ୍ତି।

କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ୍ ଜଳାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ବରିଷ୍ଠ ସାମ୍ବାଦିକ ବାଦଲ ଦତ୍ତ, ସାମ୍ବାଦିକ ମିଲନ କୁମାର ମହାନ୍ତି, ଭାଗୀରଥୀ ସ୍ଵାଇଁ, ମାନସ ରଞ୍ଜନ ପାତ୍ର, ମନୋରଞ୍ଜନ ପଣ୍ଡା, ଜ୍ଞାନ ରଞ୍ଜନ ବିଶ୍ଵାଳ, ଗଣେଶ ଚନ୍ଦ୍ର ବେହେରା, ଅଭୟ ନାୟକ, ଗଙ୍ଗାଧର ବେଉରା, ପ୍ରମୋଦ ଗୋଛାୟତ ଓ ସଂସ୍କୃତି ଗବେଷକ ବିରଂଚି ନାରାୟଣ ରଥ ପ୍ରମୁଖ ଯୋଗ ଦେଇ ଅଶ୍ରୂଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *