ଉଦଯାପନ ହେଲା ଧର୍ମଶାଳା ମହୋତ୍ସବ ।

ଧର୍ମଶାଳା–ଉଦଯାପନ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବ ।ଏହି ମହୋତ୍ସବ ଗତ ୨୬ତାରିଖ ଠାରୁ ଆରମ୍ଭ ହୋଇଥିଲା । ଦ୍ରିଘ ୧୩ଦିନ ଧରି ଚାଲିଥିଲା ଧର୍ମଶାଳା ମହୋତ୍ସବ ।ଏହାର ଉଦଯାପନୀ ଦିବସ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଦିଗପହଁଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା,ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ,କୋରେଇ ବିଧାୟକ ଆକାଶ ଦାସ ନାୟକ ବଡ଼ଚଣା ବିଧାୟକ ଅମର ନାୟକ ଙ୍କ ସମେତ ଯାଜପୁର ଜିଲ୍ଲାର ସମସ୍ତ ବିଜେପି ନେତ୍ରୁ ମଣ୍ଡଳୀ ମାନେ ଉପସ୍ଥିତ ରହିଥିଲେ ।ଦୀର୍ଘ ୧୩ଦିନ ଧରି ଏହି ମହୋତ୍ସବ ଚାଲିଥିବା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।ବଲିଉଡ୍, ଅଲିଉଡ ର ନାମୀ ଦାମୀ କଳାକାର ମାନେ ଧର୍ମଶାଳା ମହୋତ୍ସବ ରେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ ।ଏହାକୁ ଦେଖିବାକୁ ଧର୍ମଶାଳା ସମେତ ଜିଲ୍ଲା ବାହାରୁ ମଧ୍ୟ ଦର୍ଶକ ଛୁଟି ଆସିଥିଲେ ।ଏଠାରେ ବିଭିନ୍ନ ପ୍ରକାର ସୁସ୍ଵାଦୁ ବ୍ୟଞ୍ଜନର ମଧ୍ୟ ଲୋକେ ମଜା ନେଇଥିଲେ ।

Leave a Reply

Your email address will not be published. Required fields are marked *