ଖୋର୍ଦ୍ଧା ମଣ୍ଡଳ ସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ -2026
ଖୋର୍ଦ୍ଧା ମଣ୍ଡଳ ସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ -2026.ସ୍ଥାନୀୟ ବି ଜେ ବି ସରକାରୀ ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ଠାରେ ମଣ୍ଡଳ ସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ -୨୦୨୬ ଅନୁଷ୍ଠିତ ହୋଇଯାଇଅଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଖୋର୍ଦ୍ଧାର ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂହ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ପଞ୍ଚାୟତ ସମିତି ଖୋର୍ଦ୍ଧାର ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ପ୍ରଧାନ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଭୂପ୍ରସାଦ ସେନାପତି ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ଶୁଭାଙ୍ଗି ପାଲଟାସିଂହ ଯୋଗ ଦେଇଥିଲେ। ଶ୍ରୀମତୀ ଗୁମାନସିଂହ ପ୍ରକୃତି ମାଆ କୁ ସୁରକ୍ଷିତ ରଖିବାକୁ ପିଲାମାନଙ୍କୁ ଆହ୍ୱାନ କରିଥିଲେ। ଶ୍ରୀଯୁକ୍ତ ସାମନ୍ତରାୟ ଧାରଣୀୟ ବିକାଶର ଗୁରୁତ୍ୱକୁ ପିଲାମାନଙ୍କ ଆଗରେ ଉପସ୍ଥାପିତ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ପ୍ରଦର୍ଶିନୀ ର ସଭାପତି ସୁଶ୍ରୀ ଯଂଜ୍ଞସେନୀ ସାହୁ ଧାରଣୀୟ ବିକାଶ କୁ କିପରି ଆମେ ନିତିଦିନିଆ କାମରେ ଲଗାଇ ପାରିବେ ତାହା ପିଲାମାନଙ୍କୁ ବୁଝାଇଥିଲେ। ଉକ୍ତ ପ୍ରଦର୍ଶନୀରେ ମୋଟରେ ୬୧ ଟି ପ୍ରକଳ୍ପ କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା।ପ୍ରଦର୍ଶନୀ ର ଦ୍ଵିତୀୟାର୍ଦ୍ଧରେ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଖୋର୍ଦ୍ଧା ଶ୍ରୀମତୀ ରଶ୍ମିବାଳା ପରିଡା ଯୋଗଦାନ ଦେଇଥିବା ସ୍ଥଳେ ମୁଖ୍ୟ ବକ୍ତା ରୂପେ ଡଃ ସୁଦର୍ଶନ ରାଜ, ବୈଜ୍ଞାନିକ ତଥା ନିର୍ଦେଶକ, ବିଜେତ୍ରୀ ଫାଉଣ୍ଡେସନ, ଭୁବନେଶ୍ୱର ଉପସ୍ଥିତ ରହି ତାଙ୍କ ଅଭିଭାଷଣରେ ଛୋଟ ଛୋଟ ପ୍ରୟାସ କିଭଳି ଭାବରେ ମଣିଷ ଜୀବନ ର ଗତିପଥ ବଦଳାଇ ଦେଇଥାଏ ଏବଂ ସେ ମହୋଦୟ ପ୍ରଦର୍ଶନୀ ରେ ରହିଥିବା ସମସ୍ତ ସବ୍ ଥିମ ଉପରେ ଉପସ୍ଥିତ ଥିବା ସମସ୍ତ କୁନି କୁନି ବୈଜ୍ଞାନିକ ତଥା ଓ ଅଭିଭାବିକା ମାନଙ୍କୁ ବୁଝାଇବା ସହ ଜଳ ସରକ୍ଷଣ ଓ ଶକ୍ତି ସରକ୍ଷଣ କିପରି କରାଯାଇ ପାରିବ ତତ ସମ୍ପର୍କରେ ନିଜ ଅଭି ଭାଷଣ ରଖିଥିଲେ l ଆଜିର ପ୍ରଦର୍ଶନୀ ରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଆଦ୍ୟାଶା ଭାରିମଲ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଇପଦର ମାଳିସାହି,ରଂଜିତ ରାଉତରାୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁରୁଜଙ୍ଗ,ଶିବାତୋଷ ସାହୁ, ମହାମାୟା ସରକାରୀ ଉଚ୍ଚ ବିଦ୍ୟାଳୟ,ନୂଆପଡା -ମୁକ୍ତା ପୁର, ଅବିନାଶ ବଳିୟାରସିଂ, ବି. ଜେ. ବି ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା, ସ୍ଵାତିପ୍ରଜ୍ଞା ମୁଦୁଲି, ସରକାରୀ ଉଚ୍ଚ ବିଦ୍ୟାଳୟ, ପାଇକତି ଗିରିଆ, ଓମ ପ୍ରକାଶ ଲେଙ୍କା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ରାହ୍ମଣବେରେଣୀ ଏବଂ ମୁସ୍ତଫିଜ଼ ଖାନ, ସରକାରୀ ଉଚ୍ଚ ବିଦ୍ୟାଳୟ, ମୁକୁନ୍ଦପ୍ରସାଦ ଆଦି ପୁରସ୍କୃତ ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି l କୃତି ଅବିନାଶ ବଳିୟାର ସିଂ, ରଂଜିତ ରାଉତରାୟ ଓ ଆଦ୍ୟାଶl ଭାରିମଲ ଆଦି ନଗଦ ଅର୍ଥ ରାଶି ପୁରସ୍କାର ପାଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ବି.ଆର. ସି. ସି ଶ୍ରୀମତୀ ସାନ୍ଧ୍ୟବତୀ ଲେଙ୍କା ସଂଯୋଜନା କରିଥିବା ସ୍ଥଳେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ସହଯୋଗ କରି ଥିଲେ l
