ନବଜ୍ୟୋତି ଯୁବକ ସଂଘ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ

*ନବଜ୍ୟୋତି ଯୁବକ ସଂଘ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ*

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହରରେ ଜନହିତକରକଲ୍ୟାଣକାର୍ଯ୍ୟ,ରକ୍ତଦାନ ,ସଫେଇ କାର୍ଯ୍ୟ, ସଚେତନତା ଅଭିଯାନ, ବିପଦ ସମୟରେ ଅଗ୍ନି ବିପନ୍ନ ଙ୍କୁ ସାହାଯ୍ୟ କରି କାମାକ୍ଷାନଗର ଏନ୍ଏସି ର ଅନନ୍ତପୁର ର ଅଗ୍ରଣୀ ଯୁବ ଅନୁଷ୍ଠାନ ନବଜ୍ୟୋତି ଯୁବକ ସଂଘ ପଚାଶ ବର୍ଷ ପୂର୍ତ୍ତି ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ ସମାରୋହ।ଏହାରି ଭିତରେ କେତେ ପୁରୁଣା ସଭ୍ୟ ଗଲେଣି ନୂଆ ସଭ୍ୟ ଆସିଲେଣି ,ଏହାରି ଭିତରେ କାମାକ୍ଷାନଗର ର ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଶାସକ ଦଳ ବିଧାୟକ ଶତ୍ରୁଘ୍ନ ଜେନା ଗୋଟିଏ ମଞ୍ଚରେ ବସିବା ସୌଭାଗ୍ୟ ଆଣିଦେଇଥିଲା ଏହି ସୁବର୍ଣ୍ଣ ଜୟନ୍ତୀସମାରୋହ, କ୍ଳବ୍ ସଭାପତି ଅଶୋକ କୁମାର ନନ୍ଦ ଙ୍କ ଆୟୋଜନ ରେ ଏକ ସଭାକାର୍ଯ୍ୟ ରେ ସମ୍ପାଦକ ହିମାଂଶୁଶେଖର ମହାପାତ୍ର ବିବରଣୀ ଓ କ୍ଳବ୍ ର ଇତିହାସ ପୁନରାବୃତ୍ତି କରି ସମସ୍ତ ଙ୍କ ପ୍ରୀୟଭାଜନ ହୋଇଥିଲେ, ମୁଖ୍ୟ ଅତିଥି ତଥା କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର୍ ମଲ୍ଲିକ, ନଗରପାଳ ଧର୍ମାନନ୍ଦ ପରିଡା, ଢ଼େଙ୍କାନାଳ ଜିଲ୍ଲା ବିଜେପି ସଭାପତି ରାସ ବିହାରୀ ବେହେରା,ଓକିଲ ସଂଘ ସଭାପତି ରଞ୍ଜନ କୁମାର ରାଉତ,ବସ ମାଲିକ ସଂଘ ସଭାପତି ଅଶ୍ଵିନୀ କୁମାର୍ ମହାପାତ୍ରଯୋଗଦାନ କରିଥିଲେ। କ୍ଳବ୍ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ସମସ୍ତ ସଭ୍ୟ ଙ୍କୁ ଗୋଟିଏ ମଞ୍ଚରେ ଉତ୍ତରୀୟଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,କ୍ଳବ୍ ର ଅମର ପ୍ରସାଦ ଶତପଥୀ,ସୌମେନ୍ଦ୍ର ଦାସ ,ରଞ୍ଜିତ ସାହୁ,ରବି ନାରାୟଣ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକ୍ରମ କୁ ମନୋଜ କୁମାର ରାଉଳ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *