ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଶ୍ରୀ ଅମିତ ଶାହଙ୍କ ନିବେଦନ

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଶ୍ରୀ ଅମିତ ଶାହଙ୍କ ନିବେଦନ l ସନାତନ ସଂସ୍କୃତିର ସ୍ଥାୟୀତ୍ୱକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବ ‘ସୋମନାଥ ସ୍ୱାଭିମାନ ପର୍ବ’ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଦେଶବାସୀଙ୍କୁ ୮ ରୁ ଜାନୁଆରୀ ୧୧ ପର୍ଯ୍ୟନ୍ତ ସୋମନାଥରେ ପାଳନ କରାଯାଉଥିବା “ସୋମନାଥ ସ୍ୱାଭିମାନ ପର୍ବ”ରେ ଯୋଗଦେବାକୁ ନିବେଦନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ୧,୦୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ “ସୋମନାଥ ସ୍ୱାଭିମାନ ପର୍ବ” ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ଭବିଷ୍ୟତ ପିଢ଼ିଙ୍କୁ ସନାତନ ସଂସ୍କୃତିର ଅବିଚ୍ଛିନ୍ନତା ଓ ଦୃଢତାର ବାର୍ତ୍ତା ଦିଆଯିବ। ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, “ସୋମନାଥ ମହାଦେବ ମନ୍ଦିର କେବଳ ଏକ ଜ୍ୟୋତିର୍ଲିଙ୍ଗ ନୁହେଁ, ବରଂ ସନାତନ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଗୌରବର ଏକ ଅତୁଟ ଐତିହ୍ୟ ମଧ୍ୟ। ବିଗତ ହଜାର ହଜାର ବର୍ଷ ଧରି, ଏହି ମନ୍ଦିର ଅନେକ ଆକ୍ରମଣର ସମ୍ମୁଖୀନ ହୋଇଛି, ତଥାପି ପ୍ରତ୍ୟେକ ଥର ଏହା ପୁନର୍ବାର ଛିଡା ହୋଇଛି । ଏହା ଆମ ସଭ୍ୟତାର ଅମରତ୍ୱ ଏବଂ କଦାପି ପରାଜୟକୁ ସ୍ୱୀକାର କରିନଥିବା ଦୃଢ଼ ଇଚ୍ଛାଶକ୍ତିର ପ୍ରତୀକ। ଯେଉଁମାନେ ଏହାକୁ ନିଶ୍ଚିହ୍ନ ପାଇଁ ଚେଷ୍ଟା କରିଥିଲେ ସେମାନେ ବିନା କୌଣସି ଚିହ୍ନରେ ଅଦୃଶ୍ୟ ହୋଇଯାଇଛନ୍ତି, କିନ୍ତୁ ମନ୍ଦିର ଆଜି ଆହୁରି ଅଧିକ ଭବ୍ୟତାର ସହ ଛିଡ଼ା ହୋଇଛି । ସୋମନାଥ ମନ୍ଦିରର ଇତିହାସ ଆମକୁ ଶିକ୍ଷା ଦିଏ ଯେ ଏଭଳି ଆକ୍ରମଣ ଦ୍ୱାରା କ୍ଷତି ହୋଇପାରେ, କିନ୍ତୁ ସେମାନେ ଆମକୁ ଧ୍ୱଂସ କରିପାରିବେ ନାହିଁ-କାରଣ ପ୍ରତ୍ୟେକ ଥର ଆହୁରି ଅଧିକ ମହିମା ଏବଂ ଦେବତ୍ୱର ସହିତ ପୁନର୍ବାର ଉତ୍ଥାନ କରିବା ସନାତନ ସଂସ୍କୃତିର ଅନ୍ତର୍ନିହିତ ସ୍ୱଭାବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ଏକ ହଜାର ବର୍ଷ ପୂରଣ ଅବସରରେ ‘ସୋମନାଥ ସ୍ୱାଭିମାନୀ ପର୍ବ’ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ସନାତନ ସଂସ୍କୃତିର ଅଖଣ୍ଡ ନିରନ୍ତରତା ଏବଂ ସ୍ଥିରତାର ବାର୍ତ୍ତା ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ପହଞ୍ଚିପାରିବ। ଏହା ମୋର ସୌଭାଗ୍ୟ ଯେ ମୁଁ ଏହି ପବିତ୍ର ମନ୍ଦିରର ଟ୍ରଷ୍ଟି ଅଟେ। ମୁଁ ସମସ୍ତ ନାଗରିକଙ୍କୁ ସୋମନାଥ ସ୍ୱାଭିମାନୀ ପର୍ବ ରେ ଯୋଗଦେବାକୁ ନିବେଦନ କରୁଛି, ଯାହା ଆଜିଠାରୁ ଜାନୁଆରୀ ୧୧ ପର୍ଯ୍ୟନ୍ତ ଆୟୋଜିତ ହେଉଛି।

Leave a Reply

Your email address will not be published. Required fields are marked *