ମଣିଷ ପଣିଆ ହଜିଗଲା ଭୁଲି ଗଲା ମାନବିକତା l

କବିସୂର୍ଯ୍ୟନଗର ୮/୦୧/୨୬ ;ମାନବିକତା ଭୂଲିଗଲା ମଣିଷ । ମୁଣ୍ଡରେ ଥିବା ବୁଦ୍ଧିକୁ ହରାଇଦେଲା । ନିରିହ ମାଙ୍କଡଟିକୁ ମାରି ଜମିରେ ଟାଙ୍ଗି ଦେଲା । ନିଜ କ୍ଷେତ ବାଡ଼ି କିଛି ନଷ୍ଟ କରୁଛି ବୋଲି ମାରିଦେଲା ତାର ମଣିଷ ପଣିଆ । ମରିଗଲା ତାର ମଣିଷ ପ୍ରକୃତି । ଏଭଳି ଦୃଶ୍ୟ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗ୍ରାମରେ ଦେଖିବା ପାଇଁ ମିଳିଛି । ଜମି ମାଲିକ ନିଜେ ମାରି ମାଙ୍କଡ଼କୁ ଏପରି ଜମିରେ ଟାଙ୍ଗିଥିବା କଥା ସେହି ଗ୍ରାମର ଗ୍ରାମବାସୀମାନଙ୍କ ଠାରୁ ଶୁଣିବାରେ ମିଳୁଛି । ହତ୍ଯାକାରୀ କେମିତି ଜାଣିପାରିଲା ଯେ ନିଜ ଜମିର ଫସଲ ଏହି ମାଙ୍କଡ଼ଟି ନଷ୍ଟ କରିଛି ? ତାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ସମାଜସେବୀଙ୍କ ଯୁକ୍ତି ରହିଛି । ଅନ୍ୟ ପଟରୁ ମାଙ୍କଡ଼ଙ୍କ ଦାଉରୁ ଫସଲ ନଷ୍ଟ ନକରିବା ଓ ଅନ୍ୟ ମାଙ୍କଡ଼ ମାନଙ୍କ ଦ୍ବାରା ଫସଲ ନଷ୍ଟ ନକରିବା ନେଇ ଗୋଟିଏ ନିରିହ ପ୍ରାଣୀଙ୍କୁ ଜୀବନରେ ମାରି ବାଡ଼ିରେ ଟାଙ୍ଗି ଡ଼ରାଇବା ଉପାୟକୁ ଖୋଲାଖୋଲି ଭାବେ ସ୍ଥାନୀୟ ଜନସାଧାରଣ ବିରୋଧ କରିଛନ୍ତି । ଏଣୁ ଚାଷୀଙ୍କ ଫସଲକୁ ନଷ୍ଟ କରିବା ଏବଂ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଥିବା ନୀରିହ ପ୍ରାଣୀଙ୍କ ଆହାର ନେଇ ସରକାର ସଚେତନତା କରିବା ସହ ଗ୍ରାମ୍ଯ ଜଙ୍ଗଲ ,ପାହାଡ , କ୍ଷୁଦ୍ରଜଳସେଚିତ ପ୍ରକଳ୍ପ ନିକଟରେ ଫସଲ ନଷ୍ଟ କରୁଥିବା ମାନଙ୍କ ପାଇଁ ଆହାର ଯୋଗାଉଥିବା ଫଳଗଛ ଅଧିକରୁ ଅଧିକ ବୃକ୍ଷରୋପଣ କରାଗଲେ କେତେକାଂଶରେ ଚାଷୀଙ୍କ ଫସଲ ନଷ୍ଟ ନହେବା ସହିତ ପରିବେଶ ପ୍ରଦୂଷଣ ରୋକିବା ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସାମାଜିକ ଗଣମାଧ୍ୟମରେ ଭାଇରଲ ହେଉଥିବା ଭିଡିଓ ଫଟୋଚିତ୍ରକୁ ନେଇ ଆଗକୁ ବନ ବିଭାଗର ତଦନ୍ତ ସହ କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଆଗକୁ ଦେଖିବା ପାଇଁ ସାଧାରଣଜନତା ରହିଲା.

Leave a Reply

Your email address will not be published. Required fields are marked *